Hot Posts

6/recent/ticker-posts

କଞ୍ଚା ସୁଆଦିଆ ଆମ୍ବ ଗଛର ଚାରା କଲେ ଉଦ୍ୟାନ ବିଭାଗ।

ଜୟପୁର,୧୬।୮ ( ଏ. ଭେଙ୍କଟ ରାଓ ) :ସାରା ରାଜ୍ୟରେ ଆଦୃତ ହୋଇଥିବା କଞ୍ଚା ସୁଆଦିଆ ଆମ୍ବ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର କିଛି ସ୍ଥାନରେ ହିଁ ଏହି ଆମ୍ବ ମିଳିଥାଏ। ସାଧାରଣରେ କୁହାଯାଏ କାଞ୍ଚି ବିଜୟ ପରେ କର୍ଣ୍ଣାଟକ ରାଜ୍ୟକୁ କୋରାପୁଟ ଜିଲ୍ଲାରୁ କଞ୍ଚା ସୁଆଦିଆ ଆମ୍ବ ଚାରା ଦେଇ ସେଠାରୁ ଚନ୍ଦନ ଗଛ ଚାରା ତତକାଳୀନ ଜୟପୁର ମହାରାଜା ଆଣି ଜୟପୁର ଅଞ୍ଚଳରେ ଲୋଗାଇ ଥିଲେ। କିଛି ସ୍ଥାନରେ ବୋଞ୍ଚି ରହିଥିବା ଏହି କଞ୍ଚା ସୁଆଦିଆ ଆମ୍ବ ଗଛର ଚାରା ସୃଷ୍ଟି କରି ଏହାକୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଦେଇ ଏହି ପ୍ରଜାତିର ଆମ୍ବ ଗଛର ପ୍ରସାର ପ୍ରଚାର କରିବାକୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଜୟପୁର ଠାରେ ହୋଇଥିବା ଜନଶୁଣାଣି ରେ ନିବେଦନ କରାଯାଇଥିଲା। ଜିଲ୍ଲାପାଳ ଏହି ନିବେଦନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟାନ ବିଭାଗର ପଦସ୍ତ ଅଧିକାରୀ ସଞ୍ଜୀବ କୁମାର ମହନ୍ତଙ୍କୁ ଦାଇତ୍ୱ ଦେଇଥିଲେ। ଏହା ପରେ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ବିଭାଗୀୟ ଅଧିକାରୀ ଶ୍ରୀ ମହନ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଞ୍ଚା ସୁଆଦିଆ ଆମ୍ବ ଗଛର ଚାରା ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ଏହି କଞ୍ଚା ସୁଆଦିଆ ଆମ୍ବ ଗଛର ଚାରା ବିକ୍ରୀ ପାଇଁ ଯୋଜନା ରହିଥିବା ସୁଚନା ମିଳିଛି।