Hot Posts

6/recent/ticker-posts

ଓଡ଼ିଶା ସରକାର ର ଆଇନ କାନୁନ୍ ହିସାବରେ ଚାଲିଛି ମଦ ବିକ୍ରୀ ନାଁ ଓଡ଼ିଶା ସରକାର ର ଆଇନ କୁ ବେଖାତିର କରି ଚାଲିଛି ମଦ ବେପାର..?

ଝାରବନ୍ଧ, ୧୬ / ୦୮ : ସନ୍ଧ୍ୟା ସମୟରେ ପ୍ରଚୁର ଭାବେ ଦେଖିବାକୁ ମିଲୁଅଛି ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ଅଞ୍ଚଳରେ ପ୍ଲାଷ୍ଟିକ ଡବା ବୋତଲ ଟିଫିନ୍ ଡବା ଇତ୍ୟାଦି ରେ ମଦ ରଖି ଲୋକମାନେ ପିଉଥିବାର ଦୃଶ୍ୟ,ଏଠି ସେଠି ବସି ମଦ ପିଉଥିବା ଲୋକମାନଙ୍କୁ ଦେଖି ସାଧାରଣ ବୁଦ୍ଧିଜୀବୀ ମହଲରେ ସୃଷ୍ଟି ହେଉଅଛି ଅନେକ ପ୍ରଶ୍ନ ,
ପ୍ରଶ୍ନ ଗୁଡ଼ିକ ହେଲା 
୦- କେଉଁଠାରୁ ଆସୁଅଛି ଏ ଖୋଲା ମଦ..?
୦- ଏ ଖୋଲା ମଦ କିଏ ବିକ୍ରୀ କରୁଅଛି କାହାର ନିର୍ଦେଶ ରେ ବିକ୍ରୀ କରାଯାଉଛି.?
୧- ଖୋଲା ମଦ ବିକ୍ରୀ କରିବାପାଇଁ ଓଡ଼ିଶା ସରକାର ଲାଇସେନ୍ସ ପ୍ରଦାନ କରିଛନ୍ତି କି ମଦ ବେପାରୀ ମାନଙ୍କୁ..?
୨- ଖୋଲା ମଦ ବିକ୍ରୀ କରିବାର ଯଦିଓ ଲାଇସେନ୍ସ ଅଛି ତାହେଲେ ପାଉଜ୍ ତିଆରି କରି କାହିଁକି ବିକ୍ରି କରାଯାଉଛି..?
୩- ଯଦିଓ ପାଉଜ୍ ତିଆରି କରି ବିକ୍ରୀ କରିବାର ଲାଇସେନ୍ସ ଅଛି ତାହେଲେ ଖୋଲା ମଦ କାହିଁକି ବିକ୍ରି କରାଯାଉଅଛି..?
୪- ଯଦିଓ ଖୋଲା ମଦ ବିକ୍ରୀ କରିବାର ଲାଇସେନ୍ସ ଅଛି ତାହେଲେ ଆଖପାଖ କୁଚୁନି ମଦଭାଟି ରେ କାହିଁକି ଖୁଲା ମଦ ବିକ୍ରୀ ହେଉନାହିଁ..?
୫- ସ୍ଥାନୀୟ ପ୍ରଶାସନ କୁ ଏ ସବୁ କଥା ଜଣା ନାଁ ଅଜଣା ଅବସ୍ତାରେ ଏମିତି ଚାଲିଛି ମଦ ବିକ୍ରୀ..?
୬- ଏଇ ମଦ ବିକ୍ରୀ ସରକାରଙ୍କ ବେଆଇନ ହିସାବରେ ହେଉଅଛି ନାଁ ଆଇନ୍ ହିସାବରେ ହେଉଅଛି..?
୭- ମଦ ବିକ୍ରୀ କୁ ନେଇ ଓଡ଼ିଶା ସରକାର ର କଣ ରହିଅଛି ନିୟମ କାନୁନ ..?


ଝାରବନ୍ଧ ଅଞ୍ଚଳର ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ ଏହି ପ୍ରଶ୍ନ ମାନଙ୍କର ଉତ୍ତର ଖୋଜି ବାହାର କରନ୍ତୁ ଠିକ୍ କଉଟା ଭୁଲ୍ କଉଟା, ଯଦିଓ ଏମିତି ଚାଲିଥିବ ମଦ ବେପାର ତାହେଲେ ଆସନ୍ତା ସମୟରେ କିଛି ଭି ଘଟଣା ଘଟିପାରେ ବୋଲି ଚର୍ଚ୍ଚା ହେଉଛି ଭୋଟର ମହଲରେ।
ସାଧାରଣ ଲୋକଙ୍କର ଚର୍ଚ୍ଚା ସୂତ୍ରରେ ଖବର,