Hot Posts

6/recent/ticker-posts

କୋରାପୁଟ ଜିଲ୍ଲା ଶାଖା ନିଖିଳ ଓଡ଼ିଶା ୬୬୨ବର୍ଗ+୨ଓ+୩ ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ପେନସନ ଦାବିପତ୍ର ।

କୋରାପୁଟ, ୦୬ / ୦୮ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଶାଖା ନିଖିଳ ଓଡ଼ିଶା ୬୬୨ ବର୍ଗ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସଂଘ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମଧର ମୋଦୀ , ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଓ ଭାରତର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ବେନ୍ଦ୍ର ପ୍ରଧାନଙ୍କୁ କୋରାପୁଟ ଶାଖା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସଂଘର ସଂପାଦକ ଶ୍ରୀଯୁକ୍ତ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ପେନସନ ଦାବୀ ସ୍ମାରକ ପତ୍ର କୋରାପୁଟ ଜିଲ୍ଲାପାଳଙ୍କୁ ଦିଆଗଲା । ଉକ୍ତ ସ୍ମାରକ ପତ୍ରରେ ତିନିଗୋଟି ମୁଖ୍ୟ ଦାବୀ( ୧) ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅବସର ପରେ ପେନସନ ବ୍ୟବସ୍ଥା କରାଯାଉ ।
(୨ ) ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନିୟମିତ କରାଯାଉ ।(୩) ସମୟନୁସାରେ ଉଛପଦକୁ ସ୍ଥାନାନ୍ତର କରାଯାଉ । ଏହିସମସ୍ତ ଦାବୀ କରିବା ନିମନ୍ତେ କୋରାପୁଟ ଜିଲ୍ଲାର ନିଖିଳ ଓଡ଼ିଶା ୬୬୨ ଶାଖା +୨ଓ+୩ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ,ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ ।ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ୍ ମହାଜନ ସେମାନଙ୍କ ଦାବୀସ୍ମାରକ ପତ୍ର ଗ୍ରହଣ କରି ସଂଘକୁ ଆଶ୍ଵାସନା ଦେଇଛନ୍ତି ।ପରବର୍ତ୍ତୀ ସମୟରେ ଦାବୀ କଣ ସଙ୍ଘ ଅପେକ୍ଷାରେ ଅଛି ।