Hot Posts

6/recent/ticker-posts

ଧୋଡ୍ରା ମାର୍କେଟରେ ନୂଆଁଖାଇ ପୂର୍ବରୁ ପ୍ରବଳ ଭିଡ଼

ଝରିଗାଁ, ୨୭ / ୦୮ (ନକୁଳ ଭତ୍ରା) : ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ସ୍ଥିତ ମାର୍କେଟ ହେଉଛି ଏ ଅଞ୍ଚଳର ମୁଖ୍ୟ ମାର୍କେଟ ପ୍ରାୟ ୧୫ ରୁ ୨୦ କିମି ରୁ ୩୦ ରୁ ୪୦ ଗାଁ ଲୋକେ ପନିପରିବା ଓ କପଡ଼ା ଲତା, ଅନ୍ୟାନ୍ୟ ସାମଗ୍ରୀ ପାଇଁ ମାର୍କେଟରେ ଅନେକ ଲୋକେ ଆସିଥାନ୍ତି । ସପ୍ତାହ ରେ ବୁଧବାର ଓ ଶନିବାର ମାର୍କେଟ ବସିଥାଏ । ଆସନ୍ତା କାଲି ଗଣପର୍ବ ନୂଆଁଖାଇ ପାଇଁ । ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଡ଼ା ବୁଡି ବେଣ୍ଡୀଆ ବନୀତା ଆତ ରେ ଗୋଟିଏ ଗୋଟିଏ ବ୍ୟଗରେ ନୂଆଁଖାଇ ପାଇଁ ସାମଗ୍ରୀ ନେଉଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଉମରକୋଟ ରୁ ନବରଙ୍ଗପୁର ଯିବା ମୁଖ୍ୟ ରାସ୍ତା କଡ଼ରେ ବଜାର ବସୁଥିବା ରୁ ରାସ୍ତାରେ ଗାଡି ମଟର ଚଳାଚଳ ବିଡ ଦେଖିବାକୁ ମିଳିଛି।