ବାଲୁକା କଳାରେ ନୂଆଁଖାଇ ଜୁହାର୍
କର୍ଲାମୁଣ୍ଡା ୨୭/୦୮ (ସୁଶାନ୍ତ ରଣା): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବାଲୁକା କଳା ମଧ୍ୟରେ ନୂଆଁଖାଇ ଜୁହାର୍ ଜଣାଇ ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ I କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ଯୁବ ବାଳୁକା ଶିଳ୍ପୀ ଶ୍ରୀ ସାହୁ ବିଭିନ୍ନ ସମୟରେ ବାଲୁକା କଳା ପ୍ରଦର୍ଶନ କରି ସଚେତନତା ବାର୍ତ୍ତା ଦେଇଥାନ୍ତି I ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶ୍ରୀ ସାହୁ ନୂଆଁଖାଇ ଜୁହାର୍ ଶୀର୍ଷକ ଏକ ବାଲୁକା କଳା ରେ ଚାଷ ଅମଳ ସମୟରେ ବ୍ୟବହୃତ କୁଲା, ଧାନ କେଣ୍ଡା ଓ ଦୁଇହାତ ଯୋଡ଼ି ଜୁହାର୍ କରୁଥିବାର କଳାକୃତି ନିର୍ମାଣ କରି ସମସ୍ତଙ୍କୁ ନୂଆଁଖାଇ ଜୁହାର୍ ଜଣାଇଛନ୍ତି Iକର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ