ତେରେସିଂହାରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ
କର୍ଲାମୁଣ୍ଡା, ୨୧/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ନୂଆଁଖାଇ (ନବାନ୍ନ) ଲଗ୍ନ ଧାର୍ଯ୍ୟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଗ୍ରାମର ଦୁଃଶାସନ ଭୋଇ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା I ଚଳିତ ଅଗଷ୍ଟ ମାସ ୨୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିବା ୧୦ ଘଣ୍ଟା ୨୧ ମିନିଟ୍ ରୁ ୧୨ ଘଣ୍ଟା ୪୫ ମିନିଟ୍ ମଧ୍ୟରେ ନୂଆଁଖାଇ (ନବାନ୍ନ) ପାଳନ ହେବାକୁ ଲଗ୍ନ ଧାର୍ଯ୍ୟ ହୋଇଥିଲା I ଏଥିରେ ଗ୍ରାମ୍ୟ ଉନ୍ନୟନ ସମିତିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ I