କଳାହାଣ୍ଡି ର ୩ ଏନଏସି ଘୋଷଣା ପାଇଁ ଦାବୀ କଲା ବିବେକ ସେନା
ଭବାନୀପାଟଣା, ୨୧ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ରାଜ୍ୟ ରେ ୧୨ ଟି ଏନଏସି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଦୁଃଖ ଓ ପରିତାପ ର ବିଷୟ ସେଥିରେ କଳାହାଣ୍ଡି ଜିଲ୍ଲା ର ୩ ପ୍ରସ୍ତାବିତ ଏନଏସି ସ୍ଥାନ ପାଇନାହିଁ | ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ନେତୃତ୍ୱରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଜରିଆ ରେ ପ୍ରଦାନ କରାଗଲା | କଳାହାଣ୍ଡି ର ନର୍ଲା, ମଦନପୁର ରାମପୁର ଓ ଜୟପାଟଣା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ହେବାକୁ ବହୁ ବର୍ଷ ଧରି ଦାବୀହୋଇ ଆସୁଛି | ଗତ ସରକାର ଅମଳ ରେ ଏହି ୩ ଟି ସ୍ଥାନକୁ ଏନଏସି ଗଠନ ପାଇଁ ସରକାର ଘୋଷଣା କରିଥିଲେ | ଜିଲ୍ଲାବାସୀଙ୍କ ଆଶା ଥିଲା ନୂଆ ସରକାର ଏଥିପ୍ରତି ଗୁରୁତ୍ୱ ଦେବେ କିନ୍ତୁ ନିକଟ ଅତୀତ ରେ ରାଜ୍ୟ ସରକାର ଘୋଷଣା କରି ଥିବା ତାଲିକାରେ ଏହି ୩ ଟି ସହର ର ନାମ ନ ଥିବାରୁ ଲୋକଙ୍କ ମଧ୍ୟରେ ନୈରାଶ ଦେଖାଦେଇଛି | ମଦନପୁର ରାମପୁର ଓ ଜୟପାଟଣା ଗଡଜାତ ଅମଳରୁ ଗୁରୁତ୍ୱ ବହନ କରିଆସୁଛି ଓ ପଡୋଶୀ ଜିଲ୍ଲାରୁ ଉଭୟ ସହର କଳାହାଣ୍ଡି ର ପ୍ରବେଶ ପଥ ଭାବେ ପରିଚିତ |
ଜନସଂଖ୍ୟା ଓ ଆବଶ୍ୟକ ଭିତ୍ତିଭୂମି ଦୃଷ୍ଟିରୁ ମଧ୍ୟ ଏହା ସମସ୍ତ ମାପକାଠି ପୂରଣ କରୁଛି | ରେଳ ଯୋଗାଯୋଗ ସହିତ ରାଜ୍ୟ ରାଜପଥ ସଂଯୋଗ କରୁଥିବା ନର୍ଲା ବ୍ଲକ ମହକୁମା ସମେତ ଆଖପାଖ ଅଞ୍ଚଳ କୁ ନେଇ ନର୍ଲା ଏନଏସି ଗଠନ ସକାଶେ ପୂର୍ବ ସରକାର ଘୋଷଣା କରିଥିଲେ | କଳାହାଣ୍ଡି ର ୩ ସହର କୁ ଏନଏସି ମାନ୍ୟତା ଦେବାକୁ ବିବେକ ସେନା ତରଫରୁ ଦାବୀ କରାଯାଇଛି ଓ କମ ଦିନ ମଧ୍ୟ ରେ ସରକାର ଏହି ଦିଗ ରେ ନିଷ୍ପତ୍ତି ନ ନେଲେ ଜନ ଅସନ୍ତୋଷ ଜନ ଆନ୍ଦୋଳନର ରୂପ ନେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ | ଧନମନ୍ତ ବେମାଲ,ଯୋଗେଶ ନାଏକ, ଅମର ଲାଲ, ବୃଷଭ ଦାସ ସମେତ ବିବେକସେନା ର ବହୁ ବରିଷ୍ଠ ସଦଶ୍ୟ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ