ପିକଅପ୍ ରେ କରୁଥିଲେ ଗୋଚାଲାଣ, ଭେନ କୁ ପୋଡ଼ିଦେଲେ ଗୋ ରକ୍ଷକ
ଭଦ୍ରକ, ୨୧ / ୦୮ : ଜାତୀୟ ରାଜପଥ–୧୬ ଉପରେ ଶନିବାର ରାତିରେ ଘଟିଥିବା ଏକ ନାଟକୀୟ ଘଟଣା ସମଗ୍ର ଅଞ୍ଚଳକୁ କମ୍ପାଇଦେଇଛି। ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଗୋରକ୍ଷକମାନେ ବେଆଇନ୍ ଭାବେ ଗୋରୁ ବୋଝେଇ ଯାଉଥିବା ଗୋଟିଏ ପିକଅପ୍କୁ ଅଟକାଇ ୧୨ଟି ଗୋରୁଙ୍କୁ ଉଦ୍ଧାର କରିବା ପରେ, ଗାଡିଟିକୁ ନିଆଁ ଲଗାଇଦେଇଛନ୍ତି, ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲାର ପାଣିକୋଇଲି ଅଞ୍ଚଳରୁ ଆସୁଥିବା ପିକଅପ୍ଟିକୁ ଲୋକମାନେ ରାଜପଥରେ ଅଟକାଇଥିଲେ। ପରେ ଗୋରକ୍ଷକମାନେ ଗାଡିକୁ ଭାଙ୍ଗିଦେଇ, ନିଆଁ ଲଗାଇ ଦେଇଥିଲେ ।ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ବହୁ ପରିଶ୍ରମରେ ଅଗ୍ନିକୁ ଆୟତ୍ତ କରିଥିଲା। କିନ୍ତୁ ଘଟଣା ସମୟରେ ପିକଅପ୍ ଡ୍ରାଇଭର ଘଟଣାସ୍ଥଳ ରୁ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।