Hot Posts

6/recent/ticker-posts

କୋରାପୁଟ ଠାରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥର ଅବସ୍ଥା ସାଙ୍ଘାତିକ ।

କୋରାପୁଟ, ୩୦ / ୭  (ବିପିନ କୁମାର ହିଆଲ) :  କୋରାପୁଟ ଜିଲ୍ଲା ଠାରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥ କୋରାପୁଟ ମହକୁମା ଠାରୁ ୧୦ କି. ମି ଦୂରର ରୁଣ୍ଡିଆମ୍ ଗୁଡା ନିକଟସ୍ଥ ପୋଲର ଅବସ୍ଥା ସାଙ୍ଘାତିକ ଅଟେ ।

ବର୍ଷାଋତୁରେ କିମ୍ବା ଲଘୁଚାପ ଦ୍ବାରା ଜଳବନ୍ଦୀ ହୋଇ ମୂଖ୍ୟ ଜାତୀୟ ରାଜପଥ ବଡ଼ ବଡ଼ କଣା ହୋଇ ଯାଇଛି । ସହ ସହ ଛୋଟ ଯାନରୁ ବଡ଼ ଓଜନିଆ ଯାନଗୁଡ଼ିକ ଗମନା ଗମନ କରୁଛି। ଏହି ସ୍ଥାନରେ ବହୁତ ମଟର ସାଇକଲ ଚାଳକ ଦୁର୍ଘଟଣା ଗ୍ରସ୍ତ ହୋଇ ଆସୁଛନ୍ତି। ଏବଂ କେତେକ ଚାଳକ ଦୁର୍ଘଟଣାରେ ମୃତ୍ୟୁ ବରଣ ମଧ୍ଯ କରିଛନ୍ତି । ପୂର୍ବତନ ସରକାର କିମ୍ୱା ବର୍ତ୍ତମାନ ସରକାର ତା ପ୍ରତି ଦୃଷ୍ଟି ନ ଦେଇ ପୁରସ୍କାର ଦେବା ପାଇବାରେ ଓ ବିଭିନ୍ନ ଉତ୍ସବ ପାଳନ କରିବାରେ ବ୍ୟସ୍ତ ରହୁଛନ୍ତି କିନ୍ତୁ ଏହା ପ୍ରତି ଦୃଷ୍ଟି ନିକ୍ଷେପ କରି ଅତି ଶୀଘ୍ର ପୋଲ ନିର୍ମାଣ କରି ସର୍ବସାଧାରଣଙ୍କ ମଙ୍ଗଳ ସାଧନ ଓ ଧନ ଜୀବନ ସୁରକ୍ଷା କରିବା ଉଚିତ୍ । ଏବଂ ଏହି ମୂଖ୍ୟ ଜାତୀୟ ରାଜପଥ ଦେଇ ଯାଉଥିବା ପ୍ରତ୍ୟେକ ମାଲବାହି ଯାନ ଓ ଯାତ୍ରୀବାହି ସୁରୁଖୁରରେ ଗମନା ଗମନ କରିପାରିବେ ଓ ଯାନ, ଚାଳକ ଓ ଯାତ୍ରୀଗୁଡ଼ିକ ସୁରକ୍ଷିତ ହୋଇପାରିବେ ।.