Hot Posts

6/recent/ticker-posts

ମଦ ନେଲା ଜୀବନ, ଥାନାରେ ମାମଲା ରୁଜୁ

ନବରଙ୍ଗପୁର, ୩୦ / ୭  (ଶେଖର ଖୁରା ) : - ମଦ ନେଇଛି ଯୁବକର ଜୀବନ, ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଚନ୍ଦ୍ରପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ବ୍ୟକ୍ତି ହେଉଛନ୍ତି ଗ୍ରାମର ସୁଧୀର ବେନ୍ୟା । ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କ ଘରେ ସହିଯୋଗୀ ସହ ମଦ ପିଇ ଥିଲେ । ଅଳ୍ପ ସମୟରେ ସୁଧୀର ବେହୋଶ ହୋଇଯାଇଥିଲେ । ପରିବାର ବର୍ଗ ବେହୋଶ ଅବସ୍ଥାରେ ପାପଡାହାଣ୍ଡି ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଯେଉଁ ତିନି ଜଣଙ୍କ ଘରେ ମୃତ ବ୍ୟକ୍ତି ଓ ତାଙ୍କ ସହୋଯୋଗୀ ସହିତ ମଦ୍ୟପାନ କରିଥିଲେ ସେହି ତିନି ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ସୂଚନା ଦେଇଛନ୍ତି । ଅନ୍ୟପଟେ ଗ୍ରାମରେ ମଦ ବ୍ୟବସାୟ ଅଧିକ ମାତ୍ରାରେ ଚାଲିଥିବା ବେଳେ ପ୍ରାୟ ବ୍ୟକ୍ତି ମଦ ପିଇ ଜନ ଜୀବନ ନଷ୍ଟ କରିବା ସହ ପରିଶ୍ରମ କରି ଆଣିଥିବା ଟଙ୍କା ବରବାଦ କରୁଥିବା ଅଭିଯୋଗ  ହୋଇଛି । ବିଭାଗୀୟ ଅଧିକାରୀ ଏହି ଗାଁ ପ୍ରତି ଦୃଷ୍ଟିଦେଇ ମଦ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।