Hot Posts

6/recent/ticker-posts

ପ୍ରବଳ ବର୍ଷା ସତ୍ୱେ Rural House Survey କଲେ ୬ ଜଣ PEO ଏବଂ ୨ ଜଣ ADEO

ସିନାପାଲି, ୩୦ / ୭ (ସୁରେଶ ମହାନନ୍ଦ) : ଅପେକ୍ଷାକୃତ ଭୟାନକ ବର୍ଷା ହେଉଛି, ତଥାପି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମରେ ଗତଦିନେ ଅନୁଷ୍ଠିତ ହେବାକୁ ଥିବା Rural House Survey ବିଳମ୍ବ ହେଉନାହିଁ। ବର୍ଷାରେ ଭିଜି ଭିଜି ଥିବା ବସ୍ତ୍ରରେ ମଧ୍ୟ ଅଖଣ୍ଡ ଦୃଢ଼ ସଙ୍କଳ୍ପ ସହିତ କାମ କରୁଛନ୍ତି ୬ ଜଣ PEO ଓ ୨ ଜଣ ADEO ୧-ବୈରାଗୀ ଚରଣ ବାଗ (PEO),  ୨-ଡକନଲାଲ ଚଳନା(PEO),୩-ରୋହିତାଶ୍ୱ ନାୟକ(PEO),୪- ଓମପ୍ରକାଶ ଜଗତ(PEO), ୫-ଦୟାରାମ ଜଗତ, ୬-ପ୍ରଦୀପ ତାଣ୍ଡି(PEO),୭- ପ୍ରଦୀପ କୁମାର ଦାସ (ADEO), ୮-ଶୁଶାନ୍ତ କୁମାର ପତି (ADEO)। ସେମାନେ ଗ୍ରାମ ମଧ୍ୟରେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରି ଗରିବ ଓ ଅବସ୍ଥା ଦୁର୍ବଳ ପରିବାରଙ୍କୁ ଉଚିତ ଘର ପ୍ରଦାନ ପାଇଁ ଉଦ୍ୟମ କରୁଛନ୍ତି । ବର୍ଷା ଓ ମାଟି ରାସ୍ତା ଅବରୋଧ ହେଉଥିବା ସତ୍ତ୍ୱେ ଅସାଧାରଣ ଦୃଢ଼ତା ଏବଂ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରିଛନ୍ତି।ଜନସାଧାରଣ ତାଙ୍କର ଏହି ପ୍ରୟାସକୁ ସ୍ଥାନୀୟ ସ୍ତରରେ ପ୍ରସଂଶା କରିଛନ୍ତି, ଏବଂ ଏହା ଦେଖାଯାଉଛି ଯେ ସରକାରୀ କାର୍ଯ୍ୟ ତଳସ୍ତରରେ କେମିତି ସଫଳ ଭାବେ ଚାଲିଛି।