କନ୍ଧମାଳ ଜିଲ୍ଲା ତିତିକ୍ଷ୍ୟା ୱେଲଫେୟାର୍ ଫାଉଣ୍ଡେସନ୍ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
ଚକାପାଦ, ୧୪/ ୭ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ର ପଞ୍ଚାୟତ ପାଠାଗାର ଠାରେ ଏକ ତିତିକ୍ଷା ୱେଲଫେୟାର୍ ଫାଉଣ୍ଡେସନ୍ ର ୫ ଟି ବ୍ଲକ୍ କୁ ନେଇ ଯଥା ଖଜୁରୀପଡା, ଚକାପାଦ, ଜି ଉଦୟଗିରି, ରାଇକିଆ ଓ ଟିକାବାଲି ବ୍ଲକ୍ ର କର୍ମକର୍ତ୍ତା କୁ ନେଇ ଏକ ଦିବସିୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ଉକ୍ତ ଫାଉଣ୍ଡେସନ୍ ର ଆର୍.ଏମ୍ ଶ୍ରୀ ବିମଳ ଦେହୁରୀ ଓ କନ୍ଧମାଳ ଜିଲ୍ଲା ର ଡି.ଡି.ଏମ୍ ଶ୍ରୀ ଗୋବିନ୍ଦ ଚନ୍ଦ୍ର କହଁର ଉପସ୍ଥିତ ରହିଥିଲେ । ଡି.ଡି.ଏମ୍ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ଫାଉଣ୍ଡେସନ୍ ର ଲକ୍ଷ୍ୟ ଓ ଉଦେଶ୍ୟ ସମସ୍ତ କର୍ମକର୍ତ୍ତା ଙ୍କୁ ଉପସ୍ଥାପନା କରିଥିଲେ । ତତ ସହିତ କନ୍ଧମାଳ ଜିଲ୍ଲା ର ସମସ୍ତ ଯୁବକ ଭାଇ,ଭଉଣୀ,ଚାଷୀ, ଶ୍ରମିକ ଓ ନାରୀ ଶକ୍ତି ମାନଙ୍କର ରୋଜଗାର,ଶ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଏହି ଫାଉଣ୍ଡେସନ୍ କିପରି ସହାୟକ ହେଇ ପାରିଵ ସେ ଉପରେ କର୍ମକର୍ତ୍ତା ଙ୍କୁ ଅବଗତ କରାଇଥିଲେ । ଉକ୍ତ ବୈଠକ ରେ ଆର୍. ଏମ୍ ସମସ୍ତ କର୍ମକର୍ତ୍ତା ଙ୍କୁ ନିଜ ନିଜ ର ଦାୟିତ୍ୱ କିପରି ତୁଲାଇବେ ସେ ଉପରେ ଅବଗତ କରାଇଥିଲେ। ତତ ସହିତ କନ୍ଧମାଳ ଜିଲ୍ଲା କୁ ବିକଶିତ ଜିଲ୍ଲା ରେ ପରିଗଣତ କରାଇବା ଦିଗରେ ନିଜର ଅବଦାନ ରଖିବା ପାଇଁ କହିବା ସହିତ ସମସ୍ତ କର୍ମକର୍ତ୍ତା ଙ୍କୁ ଏ ଦିଗରେ ଧ୍ୟାନ ଦେବା ପାଇଁ କହିଥିଲେ।କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ!