ଉତ୍କଳମଣି ଯୁବକ ସଂଘ ପକ୍ଷ ରୁ ଗୁରୁପୂର୍ଣ୍ଣିମା ପାଳିତ।
ଚକାପାଦ: ୧୪/୭ ( ସମିସ) : ପବିତ୍ର ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୁରୁ ପୂଜା,ଗୁରୁସେବା ଏବଂ ଗୁରୁ ବାକ୍ୟ ପାଳନ ଉତ୍କଳମଣି ଯୁବକ ସଂଘ, ଦୁତୀମେଣ୍ଡି ପକ୍ଷରୁ ଯୁବକ ସଂଘ ସଭାପତି ଶ୍ରୀ ସମୀର ପ୍ରସାଦ ଝାଙ୍କର ଙ୍କ ନେତୃତ୍ୱ ରେ ପାଳିତ ହୋଇଯାଇଛି। ସଂଘ ର ସଦସ୍ୟ ମାନେ କ୍ରିଡ଼ା,ଶିକ୍ଷା, କଳା , ଅଧ୍ୟାତ୍ମିକଏବଂ ସାମାଜିକ ଆଦି ବିଭିନ୍ନ କ୍ଷେତ୍ର ରେ ଭିନ୍ନ ରୂପରେ ଉପଯୁକ୍ତ ମାର୍ଗଦର୍ଶନ ଗୁରୁମାନଙ୍କୁ ଧୂପ,ଦୀପ, ପୁଷ୍ପମାଲ୍ୟ ଦେଇ ଦେଇ ପୂଜା ଅର୍ଚ୍ଚନା ଓ ସମ୍ମାନିତ କରି ଗୁରୁଙ୍କ ଠାରୁ ଆଶ୍ରିବାଦ ନେଇଥିଲେ। ଗୁରୁ ଅଭିଭାଷଣ ମାଧ୍ୟମ ରେ ସଂଘ ସଦସ୍ୟ ମାନଙ୍କୁ ଜୀବନ ର ଉନ୍ନତି ବିଷୟ ରେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ଶ୍ରୀ ଦେବରାଜ ମୁଖୀ, ବିରଞ୍ଚି ମୁଖୀ,ବିଜୟ ସେଠୀ, ସୁବଧ ସେଠୀ,ବିରେନ୍ଦ୍ର କହଁର ଗୋଲୋକ ବିହାରୀ କହଁର,ଯୋଷବନ୍ତ ନାରାୟଣ ସାହୁ,ଧବଳେଶ୍ଵର ମଲ୍ଲିକ, ବିରୁପାକ୍ଷ ଦେହୁରୀ, ଆଶିଷ ମୁଖି ଆଦି ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହୋଯୋଗ କରିଥିଲେ।କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ!