Hot Posts

6/recent/ticker-posts

"ଚନ୍ଦାହାଣ୍ଡିରେ ଜନଶୁଣାଣି ଶିବିର: ଅଭିଯୋଗ ଶୁଣିବା ସହ ମିଳିଲା ସହାୟତା – ବିବ୍ୟାଙ୍ଗଙ୍କୁ ହୁଇଲ୍ଚେୟାର, ବୃଦ୍ଧଙ୍କୁ ପେନସନ"

ଚନ୍ଦାହାଣ୍ଡି, ୧୪ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଏକ ଗ୍ରାମ୍ୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ  ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ବ୍ୟବସ୍ଥାପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ ବିରଞ୍ଜି ନାରାୟଣ ଦରୱାନ, ଚନ୍ଦାହାଣ୍ଡି ବିଡିଓ, ତହସିଲଦାର ସହ ବିଭିନ୍ନ  ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଶୁଣାଣି ଶିବିରରେ ମୋଟ ୪୫ ଜଣ ଆବେଦନକାରୀ ନିଜ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସହ ଅଭିଯୋଗ ଦାଖଲ କରିଥିଲେ। ସେଥିରୁ ୩୫ଟି ବ୍ୟକ୍ତିଗତ ଓ ୧୦ଟି ଗ୍ରାମ୍ୟ ସାମୂହିକ ଅଭିଯୋଗ ଥିଲା। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଶି ୨୦ ଜଣ ଚିହ୍ନଟ ବିବ୍ୟାଙ୍ଗକୁ ହୁଇଲ୍ ଚେୟାର ପ୍ରଦାନ କରିଥିଲେ। ସେପରି ୧୪ ଜଣ ପ୍ରବୀଣ ନାଗରିକଙ୍କୁ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ସହାୟତା ମିଳିଛି।