Hot Posts

6/recent/ticker-posts

ଝରିଗାଁ ନିର୍ବାଚନମଣ୍ଡଳୀର ଦୁଇଟି ମିସ୍ତ୍ରୀ ସଂଘ ର ଗୃହ ନିର୍ମାଣ ପାଇଁ ଉଦଘାଟନ

ଝରିଗାଁ, ୧୪ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀର ବଡ କୁମାରୀ ପଞ୍ଚାୟତ ଅନ୍ତର୍ଗତ କୁଟଗୁଡା ଗ୍ରାମ ଓ ବଡଭରଣ୍ଡୀ ପଞ୍ଚାୟତ ଅଧୀନର କର୍ମରୀ ଗ୍ରାମରେ ଦୁଇଟି ମିସ୍ତ୍ରୀ ସଂଘ ଗୃହ ଉଦଘାଟନ ହୋଇଛି। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସଂସଦ ଭଳବଦ୍ର ମାଝୀଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ସଂସଦ ପ୍ରତିନିଧି ବାସନ୍ତୀ ମାଝୀ ଦ୍ୱାରା ଉଦଘାଟିତ ହୋଇଥିଲା। ଏହି ଉତ୍ସବମୟ ଅବସରରେ ବଡଭରଣ୍ଡୀ ସଭାପତି ଇଶ୍ଵର ଭତରା, ବରିଷ୍ଠ ବିଜେପି ନେତା କମଳୁ ମାଝୀ, ଜଗନାଥ ପନକା, କୁମ ଭତରା, ଓ ବଳଧର ପାନକା ସହିତ ମିସ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ରହି ଦୁଇଟି ମିସ୍ତ୍ରୀ ସଂଘ ଗୃହର ଶୁଭ ଉଦଘାଟନ କରିଥିଲେ। ଏହି ସଂଘ ଗୃହ ଗୁଡିକ ନିର୍ମାଣ ହେବା ସହିତ ଅଞ୍ଚଳର ମିସ୍ତ୍ରୀ ସମାଜ ମଧ୍ୟରେ ବଡ଼ ଉତ୍ସାହ ଦେଖିବାକୁ ମିଳୁଛି। ଏହି ସଂଘଗୃହ ଦ୍ୱାରା ମିସ୍ତ୍ରୀ ମାନେ ଏକତାରେ ଆସି ସେମାନଙ୍କର ବୃତ୍ତିଗତ ଓ ସାମାଜିକ ମାନ୍ୟତା ବୃଦ୍ଧି ପାଇବା ବିଶ୍ୱାସ ବ୍ୟକ୍ତ କରୁଛନ୍ତି। ଏହି ପ୍ରସଙ୍ଗରେ ଅଞ୍ଚଳବାସୀ ଓ ମିସ୍ତ୍ରୀ ମାନେ ଏକ ନୂଆ ଆଶା ଓ ସୁଯୋଗ ଦେଖୁଛନ୍ତି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଏକ ଦାୟିତ୍ୱପୂର୍ଣ୍ଣ ନେତୃତ୍ୱ ଓ ସାମୂହିକ ଚେଷ୍ଟାର ଫଳ।