ଲାଇନ୍ ପଡା ଶାଖାର କୁଇ ସମାଜ ଯୁବ ପରିଷଦ ଗଠନ ଓ କର୍ମ କର୍ତ୍ତା ଚୟନ
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
ଫୁଲବାଣୀ :୨୭/୭ (ନବଦୂତ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡା ଶାଖାର କୁଇ ସମାଜ ଯୁବ ପରିଷଦ ଗଠନ ଓ କର୍ମ କର୍ତ୍ତା ଚୟନ ହୋଇ ଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ କରୁକସ୍କା ଗ୍ରାମର ସାଂସ୍କୃତିକ ଗୃହ ଠାରେ ବୈଠକ କରାଯାଇ ଯୁବଶକ୍ତି ବଳରେ ଅଞ୍ଚଳର ବିଭିନ୍ନ ଉନ୍ନତି ଓ ବିକାଶ ପାଇଁ କୁସୁମେଣ୍ଡି ଏବଂ ବପଲମେଣ୍ଡି ପଞ୍ଚାୟତ କୁଇ ଯୁବକ ମାନଙ୍କୁ ନେଇ ଯୁବ ପରିଷଦ ଗଠନ ସହିତ କର୍ମ କର୍ତ୍ତା ଚୟନ କରାଯାଇଥିଲା । ଉକ୍ତ ବୈଠକଟି କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀଙ୍କ ତତ୍ତ୍ୱାବଧାନରେ କରାଯାଇ ଥିବାବେଳେ ଲାଇନ୍ ପଡା ଶାଖାର ସହସମ୍ପାଦକ ଶ୍ରୀ ଅଗସ୍ତି କୁମାର ମଲିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବକ, ଯୁବତୀ ଓ ଅଞ୍ଚଳ ର ବିକାଶ ନିମନ୍ତେ ଷଢମୁଠା ଶାଖା ଉପସଭାପତି ତଥା ବଲସକୁମ୍ପା ମଣ୍ଡଳ ଏସ୍ ଟି ମୋର୍ଚ୍ଚା ସଭାପତି ଶ୍ରୀ ବିଚିତ୍ର ବୀର୍ଯ୍ୟ ପ୍ରଧାନ ଉପସ୍ଥିତ ଥିବା ଯୁବକ ମାନଙ୍କୁ ଦିଗଦର୍ଶନ ଦେଇ ଥିଲେ । ସଂଗଠନ ର ମୁଖ୍ୟ ଉପଦେଷ୍ଟା ଭାବେ ଶ୍ରୀ ଅଗସ୍ତି କୁମାର ମଲିକ ଙ୍କୁ ଚୟନ କରାଯାଇଥିବା ବେଳେ ସଭାପତି ରାଜେନ୍ଦ୍ର ପ୍ରଧାନ, ଉପସଭାପତି ଜିତେନ୍ଦ୍ର ମଲିକ, ସମ୍ପାଦକ ଶ୍ରବଣ କୁମାର କହଁର, ସହ ସମ୍ପାଦକ ମଦନମୋହନ କହଁର, କୋଷାଧ୍ୟକ୍ଷ ଭଗବାନ କହଁର ଓ ସହ କୋଷାଧ୍ୟକ୍ଷ ଲମ୍ବୋଦର କହଁର ଙ୍କୁ ଚୟନ କରାଯାଇଥିଲା । ଶେଷରେ ବୈଠକର ସଭାପତି ଶ୍ରୀ ମଲିକ ଉପସ୍ଥିତ ସମସ୍ତ କର୍ମ କର୍ତ୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏଥିରେ ଅଞ୍ଚଳର ୪୦ ରୁ ଉର୍ଦ୍ଧ କୁଇ ଯୁବକ ମାନେ ଅଂଶଗ୍ରହଣ କରିଥିଲେ ।