Hot Posts

6/recent/ticker-posts

ରୋଟାରୀ କ୍ଲବ ପ୍ରାଇଡର ରକ୍ତଦାନ ଶିବିର।

ଜୟପୁର,୨୭।୭ ( ଏ.ଭେଙ୍କଟ ରାଓ ) : ଜୟପୁର ରୋଟାରୀ କ୍ଲବ ପ୍ରାଇଡ ତରଫୋରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ବାସବି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ରୋଟାରୀ ପ୍ରାଇଡ ଅନୁଷ୍ଠାନର ସଭାପତି ଏବଂ ସମ୍ପାଦକଙ୍କ ତତ୍ତ୍ଵାବଧନରେ କ୍ଲବର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ରକ୍ତଦାନ ପ୍ରବର୍ତକ ପ୍ରମୋଦ ରାଉଳ ଏବଂ ଜିଲ୍ଲା ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଡାକ୍ତର ଏସ ଏସ ମିଶ୍ରଙ୍କ ସହ କର୍ମଚାରି ଏବଂ ଭି ଡି କଲେଜ ଏନସିସି ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। ଏହି ଶିବିରରେ ସମୁଦାୟ ୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।