Hot Posts

6/recent/ticker-posts

ଅଧ ପଇଁତରା ପୋଲ ନିର୍ମାଣ ଯୋଗୁଁ ସମସ୍ୟା ......

କୋରାପୁଟ, ୨୭ / ୭ ( ମନୋଜ କୁମାର ସୁନା )  : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ର ପରଜା ବେଡାପଦର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଗୁଡ଼ା ଗ୍ରାମ ରୋଡ ର ମୁଖ୍ୟ ପୋଲ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାପଇନ୍ତରା ହୋଇ ପଡ଼ିଛି। ଯାହା ଫଳରେ ଅଞ୍ଚଳ ଲୋକ ଯିବା ଆସିବାରେ ବହୁସମସ୍ୟାର ସମ୍ମୁଖୀନ ହେଉଛନ୍ତି,ବର୍ଷାଦିନ ଆମ୍ବୁଲାନ୍ସ ସେବାରେ ମଧ୍ୟ ବିଶେଷ ବାଧା ପ୍ରାପ୍ତ ହେବାର ଦେଖାଯାଉଛି ।ଏହି ରାସ୍ତା ମୁଖ୍ୟତଃ ଜିଲ୍ଲା ମହକୁମା କୋରାପୁଟ ସହରକୁ ସଂଯୋଗ ହୋଇଛି ।ଏହି ରାସ୍ତାରେ ପ୍ରତିଦିନ ଶହଶହ ଲୋକ ଯାନବାହାନ ରେ ଯିବା ଆସିବା କରିଥାନ୍ତି,ବର୍ତ୍ତମାନ ଅବିରତ ବର୍ଷା ହେଉଚି ,ଅଞ୍ଚଳ ବାସୀ ଯିବା ଆସିବାରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନକୁ ଏହି ସମସ୍ୟାର ସମାଧାନ ଅତି ଶୀଘ୍ର କରିବାକୁ ଗୁହାରି କରିଛନ୍ତି ।