ରାଇଘରରେ ୩୫୮ ଚାଷୀଙ୍କୁ ଇନପୁଟ୍ ସହାୟତା ଓ ରାସନ କାର୍ଡ ବଣ୍ଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଉମରକୋଟ, ତା-୨୭|୦୭ (ପର୍ଶୁରାମ ନାୟକ) ଆଜି ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଉମରକୋଟ ଓ ରାଇଘର ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟର ଆରାଧ୍ୟ ଦେବୀ ମା ପେଣ୍ଡ୍ରାଣୀଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କଲେ। ଏହି ଅବସରରେ ତାଙ୍କ ସହ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ,ନବରଙ୍ଗପୁର ବିଧାୟକ ଗୈରୀଶଙ୍କର ମାଝୀ , ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କ, ସମେତ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ପ୍ରମୁଖ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଓ ବୁଦ୍ଧିଜୀବି ସ୍ଥାନୀୟ ଜନପ୍ରତିନିଧି, କର୍ମୀ ମାନେ ଉପସ୍ଥିତ ରହିଥିଲେ।
ଉମରକୋଟର ମା' ପେଣ୍ଡ୍ରାଣୀ ମନ୍ଦିର ନିକଟରେ ‘ମା ପାଇଁ ଗଛ ଟିଏ’ ଏକ କାର୍ଯ୍ୟକ୍ରମ ପୌରପରିଷଦ ଦ୍ବାରା ଆୟୋଜନ କରାଯାଇଥିଲା। ରାଇଘର ର ଏକ ସାଧାରଣ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଇଘର ବ୍ଲକର ୩୫୮ ଜଣ ଚାଷୀଭାଇ ମାନଙ୍କର ବିକ୍ରୟର ଇନପୁଟ ସହାୟତା ରାଶି ପ୍ରତି କୁଣ୍ଟାଲ ପିଚା ୮୦୦ ଟଙ୍କା ପ୍ରଦାନ କଲେ। ଏହା ସହ ୨୫ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଗଲା। ଗତ ଖରିଫ୍ ଋତୁର ମଣ୍ଡିରେ ଧ୍ୟାନ ବିକ୍ରୟ କରିଥିବା ବେଳେ ବୈଷୟିକ ତୃଟି କାରଣ ଯୋଗୁଁ ପାଇବାରୁ ବଞ୍ଚିତ ହୋଇଥିଲେ। ଖାଦ୍ୟ ଯୋଗାଣ ମନ୍ତ୍ରୀ ଏ ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ସହାୟତା ରାଶି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତୁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ବୃକ୍ଷ ଲଗେଇବା ପାଇଁ ଆହ୍ୱାନ ଦେବା ସହ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଆଗକୁ କିପରି ପରିବେଶର ସୁରକ୍ଷା ହେବା ସହ ଏହା ଆମ ମଣିଷ ସମାଜ ଉପକୃତ ହୋଇପାରିବେ। ପରିବେଶ ସୁରକ୍ଷାର ଏକ ପ୍ରତିକାତ୍ମକ ନିଦର୍ଶନ ସ୍ୱରୂପ, ପ୍ରତ୍ୟେକ ବ୍ୟକ୍ତି ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବ୍ୟକ୍ତିଗତ ଅବଦାନକୁ ଗୁରୁତ୍ୱ ରଖି ତା ଉପରେ ଗୁରୁତ୍ୱାରୋପ କରି ଗୋଟିଏ ଗଛ ଲଗାଇବା। ଏହି କାର୍ଯ୍ୟକ୍ରମ ସମାଜକୁ ଏକ ସ୍ପଷ୍ଟ ଆହ୍ୱାନ ଭାବରେ କାର୍ଯ୍ୟ କରିବ, ସମସ୍ତଙ୍କୁ ଏକ ସବୁଜ ସୁନ୍ଦର କରି ଗଡ଼ି ତୋଳିବା ପାଇଁ ନିହାତି ଗୋଟିଏ ଗଛ ଲଗାଇବା ଏବଂ ସେଗୁଡ଼ିକୁ ଅନୁପାଳନ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।