Hot Posts

6/recent/ticker-posts

ନଦୀ ବଢ଼ି ବିପଦପୂର୍ଣ୍ଣ ସ୍ଥିତି ରେ ନଦୀ ପାର ହେଉଛନ୍ତି ଛାତ୍ର ଛାତ୍ରୀ

ଝାରବନ୍ଧ, ୨୭ / ୭ ( ଗୌରୀଶଙ୍କର ପଞ୍ଚଭାୟା ) : ଲଗଭଗ ଚାରିଟା ସମୟରେ କେତେକ ଛାତ୍ରଛାତ୍ରୀମାନେ ସ୍କୁଲ୍ ରୁ ଫେରୁଥିବା ବେଳେ ଅଚାନକ ନଦୀର ଧାର ବଢି ଯାଇଥିଲା ତ ଦ୍ଵାରା ଛାତ୍ରଛାତ୍ରୀମାନଙ୍କର ନଦୀ ପାର କରିବା ବିପଦ ପୂର୍ଣ୍ଣ ହୋଇଥିଲା, ତାଙ୍କ ନଦୀପାର କରିବା ର ଦୃଶ୍ୟ  ହୁଆଟସପ ଗ୍ରୁପ କୁ ଗ୍ରୁପ ଘୁରି ବୁଲୁଥିବା ଟା  ଦେଖିଲା ପରେ ମନରେ ପ୍ରଶ୍ନ ସୃଷ୍ଟି ହେଉଅଛି ଯେ ଏଇ ଛାତ୍ରଛାତ୍ରୀମାନେ କେଉ ଗାଁର କେଉ ଗାଁକୁ ଯାଉଥିଲେ ପଢିକି  ଫେରୁଥିଲେ ଏତେବଡ଼ ବିପଦ କୁ ବେଖାତିର କରି ନଦୀକୁ ଡେ଼ଇଁ ବାକୁ ଚେଷ୍ଟା କରୁଛନ୍ତି ଏହାର ରହସ୍ୟ କଣ ହୋଇଥାଇ ପାରେ ,ଏପରି ସବୁ ପ୍ରଶ୍ନ ରେ ନିଜକୁ ଛନ୍ଦିଲା ପରେ ଆମେ ଜାଣିବାକୁ ପାଇଲୁଁଜେ ଏଇ ଛାତ୍ରଛାତ୍ରୀମାନେ ଓଡ଼ିଶାର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କୁମୀର୍ ଗ୍ରାମ ପଞ୍ଚାୟତ ଲେର୍ଗା ଗ୍ରାମ ର ଛାତ୍ରଛାତ୍ରୀ ମାନେ ଅଟନ୍ତି, ବର୍ଷ ବର୍ଷ ଧରି ଏହି ନଇ ରାସ୍ତା ରେ କୁମୀର୍ ସ୍କୁଲ କୁ ଯିବା ଆସିବା କରୁଛନ୍ତି,  ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ ଯଥାସିଘ୍ର ଏହାର ସମାଧାନ କରନ୍ତୁ ନହେଲେ ଆସନ୍ତା ସମୟରେ କିଛି କିଛି ବଡ଼ ଘଟଣା ଘଟିପାରେ ଯାହାକି ଭାବିଲେ ଝଲ ଝଲ ହୋଇ ଦିସୁଅଛି।