ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ଝରିଗାଁ, ୨୩ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତ ଅଧିନ କୁସମୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଭଗତ ଭତ୍ରା ଙ୍କ ସାନ ପୁଅ ମୁକୁନ୍ଦ ଭତ୍ରା( ୨୮) ବେକରେ ପାସୀ ଲଗେଇ ଆତ୍ମହତ୍ୟା( ସନ୍ଦେହ ) କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ : ମୁକୁନ୍ଦ ଭତ୍ରା ଦୀର୍ଘ ୨୫ ବର୍ଷ ହେବ ଉରୁମାଳ ସ୍ଥିତ ଏକ ଅଲେକ ମହିମା ଟୁଙ୍ଗୀରେ ବୈରାଗୀ ଭାବେ ରହି ଆସୁଥିଲେ । ତାଙ୍କୁ ଦେବାଳିଆ ମସ୍ତିଷ୍କ ଯୋଗୁ କିଛି ଦିନ ତଳେ ନିଜ ଗାଁକୁ ଆସିଥିଲା । ମାନସିକ ବିକୃତ ଯୋଗୁଁ ଆଜି ଭୋର ସକାଳୁ ଘରୁ ବାହାରି ଯାଇଥିଲା । ଗ୍ରାମ ର କିଛି ମହିଳା ଶୈଚ ହେବାକୁ ଯାଇ ଗ୍ରାମଠାରୁ ପ୍ରାୟ ୫୦୦ ମିଟର ଦୁର ଏକ କାଜୁ ବାଡି ମଧ୍ୟରେ ମୁକୁନ୍ଦ କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଜଣେଇ ଥିଲେ । ପରେ ପରିବାର ପକ୍ଷରୁ ଧାନ ରେ ଏକ ଏତଲା ଦେଇଥିଲେ । ଏତଲା ପାଇଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ଥାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।