Hot Posts

6/recent/ticker-posts

ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଶାଖା ତରଫରୁ ୩୦ ତମ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର, ୨୪ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ସହୋଦର ମହକୁମା ଠାରେ ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଶାଖା ତରଫରୁ ୩୦ ତମ ପ୍ରତିଷ୍ଠା ଦିବସ ଚୈତନ ମନ୍ଦିର ସଭାଗୃହ ଠାରେ ଜିଲ୍ଲା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀଙ୍କ ସଭାପତିତ୍ଵ ରେ ପାଳିତ ହୋଇଯାଇଛି। ନବରଙ୍ଗପୁର ବସଷ୍ଟାଣ୍ଡ ଠାରୁ ଏକ ବିରାଟ ସଭା ଯାତ୍ରା କରାଯାଇ । ଚୈତନ୍ୟ ମନ୍ଦିର ପାଖରେ ପହଞ୍ଚି ଥିଲା ପରେ । ଏଥିରେ ମୂଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ଡଃ ବିପିନ ବିହାରୀ ମିଶ୍ର , ଭାରତୀୟ ମଜଦୁର ସଂଘ ଉପଦେଷ୍ଠା ଶ୍ରୀ ପରମେଶ୍ଵର ବିଷୋୟୀ, ଜିଳ୍ଲା ଉପ ସଭାପତି ବୀରେନ୍ଦ୍ର ମୋହନ ନାୟକ , ଅଲ ଓଡ଼ିଶା ଲେଡିଜ Warkar ଏସସି ଆସନ ରାଜ୍ୟ ସଦସ୍ୟା ଶ୍ରୀମତୀ ସବିତା ନାୟକ, ଜିଲ୍ଲା ସଭାନେତ୍ରୀ ଭାଗ୍ୟ ବତୀ ଷଡ଼ଙ୍ଗୀ , ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ, ବିଶ୍ଵକର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ଵର ବିଷୋୟୀ , କୋଠାବାଡି ସଂଘର ଜିଲ୍ଲା ସମ୍ପାଦକ ରାମ ବିଷୋୟୀ .ଆଶା କର୍ମୀ ସଂଘ ଜିଲ୍ଲା ସଭା ନେତ୍ରି କବିତା ସ୍ଵାଇଁ , ମଞ୍ଚାସିନ ହୋଇଥିଲେ। ଏଥିରେ ଭାରତୀୟ ମଜଦୁର ସଂଘକୁ ୭୦ ବର୍ଷ ପୂର୍ତ୍ତୀ ହୋଇଛି। ଶୂନରୁ ଆରମ୍ଭ ହୋଇ ପ୍ରାୟ ୩୦୦ ସଂଗଠନ ଓ ପ୍ରାୟ ୬କୋଟି ସଦସ୍ୟ ରହିଛନ୍ତି। ବିଶ୍ଵର ଦ୍ଵିତୀୟ ସଂଗଠନ ଭାବେ ଉଭା ହୋଇଛି ବୋଲି ଅତିଥିମାନେ ମତ ଦେଇଥିଲେ। ବିଭିନ୍ନ ସଂଗଠନ ରହି ତ ଦୃଷ୍ଟିରୁ ତିନିଟି ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ପ୍ରସ୍ତାବ କୁ ରାଜ୍ୟ ସରକାର ଙ୍କୁ ପ୍ରେରଣ କରାଯିବ ବୋଲି ସମ୍ପାଦକ କହିଥିଲେ। ଅଙ୍କନବାଡି ସଂଘର ସରକାରୀ ଘୋଷଣା ଆଶା କର୍ମୀ ମାନଙ୍କୁ ସରକାରୀ ଘୋଷଣା ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସମସ୍ୟାକୁ ସରକାର ଙ୍କୁ ଅବଗତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।