Hot Posts

6/recent/ticker-posts

"ଜନବିରୋଧୀ ନୀତି ବିରୁଦ୍ଧରେ ଶ୍ରମଜିବୀଙ୍କ ଗର୍ଜନ — ଡାବୁଗାଁ ଠାରେ ଜାତୀୟ ରାଜପଥ ଅବରୋଧ, ଭାରତ ବନ୍ଦରେ ସୁନସାନ ରାସ୍ତାଘାଟ"

ଡାବୁଗାଁ, ୯ / ୭ ( ନକୁଳ ଭତ୍ରା ) : ଭାରତ ବନ୍ଦର ପ୍ରଭାବ ଏବେ ଗାଁ ଗାଁ ଯାଏଁ ପହଞ୍ଚିଛି। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ପରିସରରେ ଆଜି ସକାଳୁ  (୨୬) ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଶ୍ରମଜିବୀ ବିରୋଧୀ ନୀତି ବିରୁଦ୍ଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରତିବାଦରେ ଶ୍ରମିକ ମାନେ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ବାମପନ୍ଥୀ ଦଳ ସ‌ହିତ କେନ୍ଦ୍ରୀୟ ଟ୍ରେଡ୍ ଇଉନିଅନ ସଂଘ ଓ ବିରୋଧୀ ଦଳମାନେ ଏକାଠି ହୋଇ ଅଞ୍ଚଳରେ ମୁଖ୍ୟ ରାସ୍ତାଘାଟକୁ ଅବରୋଧ କରିଥିଲେ। ପ୍ରଭାବସାର ସ୍ଥାନୀୟ ବଜାର, ବସ ଏବଂ ଟ୍ରକ୍ ଯାତାୟାତ ସହିତ ଘରୋଇ ପରିବହନ ସେବା ପୂର୍ଣ୍ଣ ଭାବରେ ବନ୍ଦ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ଏହି ବନ୍ଦର ମୂଳ ଦାବି ମାନେ ହେଉଛି: ୪୪ଟି ଶ୍ରମ କୋଡ଼ କୁ ସଂଶୋଧନ କରି ୪ଟି ଶ୍ରମ କୋଡରେ ପରିବର୍ତ୍ତନ କରିବା ଶ୍ରମିକ ମାନଙ୍କୁ ୮ ଘଣ୍ଟା ଜାଗାରେ ୧୨ ଘଣ୍ଟା କରିବା । ପୁଞ୍ଚପତିମାନଙ୍କୁ ତାର ଲାଭ ପ୍ରଦାନ କରାଇବା । କୃଷକ ମାନଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଅଶାକର୍ମୀ ,ପାଚିକା ମାନଙ୍କୁ ସରକାରୀ ମାନ୍ୟତା ଦେବା । ଭାରତ ବର୍ଷର ଶ୍ରମ ଯିବି ମାନଙ୍କ ସ୍ଵାର୍ଥରେ କାମ କରନ୍ତୁ । ପ୍ରତିବାଦକାରୀ ମାନେ କହିଛନ୍ତି —"କେନ୍ଦ୍ର ସରକାର ଯେମିତି ନିଜ ସ୍ଥାୟୀ ଶ୍ରମିକ ଶ୍ରେଣୀଙ୍କୁ ଦବାଇ ଦେଉଛି, ତାହା ଗହୀର ଚିନ୍ତାର ବିଷୟ। ଯଦି ଏହି ନୀତି ଚାଲୁଥାଏ, ଆସନ୍ତାକାଲି ସରକାର ତାହାର ପରିଣାମ ଭୋଗିବାକୁ ବାଧ୍ୟ ହେବ।" ଏହି ବନ୍ଦକୁ ୧୨ ଘଣ୍ଟିଆ ବାର୍ଷିକ ଆନ୍ଦୋଳନ ଭାବରେ ଦେଶବ୍ୟାପୀ ଅନେକ କେନ୍ଦ୍ରୀୟ ସଂଗଠନ, ବାମପନ୍ଥୀ ଦଳ ଓ ଟ୍ରେଡ୍ ଇଉନିଅନ ସମର୍ଥନ କରିଛନ୍ତି। ପ୍ରଶାସନ ଏହି ବନ୍ଦ ଅନୁଷ୍ଠାନ ପ୍ରତି ନଜର ରଖିଥିଲେ ମଧ୍ୟ, ଡାବୁଗାଁ ଠାରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଚାଲିଥିଲା। ଏହି ଆନ୍ଦୋଳନ ମାଧ୍ୟମରେ ଶ୍ରମଜିବୀ ମାନେ ସରକାର ପାଖରେ ନିଜ ଅଧିକାର ଓ ସ୍ଵାର୍ଥ ରକ୍ଷା ପାଇଁ ସ୍ପଷ୍ଟ ମେସେଜ୍ ଦେଇଛନ୍ତି।