Hot Posts

6/recent/ticker-posts

ଅମର +୩ ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ

କର୍ଲାମୁଣ୍ଡା, ୮/୦୭ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅମର +୩ ମହାବିଦ୍ୟାଳୟ ରେ ଆଜି ବନ ମହୋତ୍ସବ ସପ୍ତାହ ୨୦୨୫ ପାଳନ ହୋଇ ଯାଇଛି I ଜୁଲାଇ ମାସ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବନ ମହୋତ୍ସବ ସପ୍ତାହ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପାଳନ ହେଉଥିବା ବେଳେ ଅମର +୩ ମହାବିଦ୍ୟାଳୟ ରେ ଆଜି ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି l ଏହି କାର୍ଯକ୍ରମ ରେ ଅମର ମହା ବିଦ୍ୟାଳୟ ର ଅଧ୍ୟକ୍ଷ ନବୀନ କୁମାର ପଧାନ, ସାସଂଦ ପ୍ରତିନିଧି ହୃଦାନନ୍ଦ ସାହୁ, ଓଡ଼ିଆ ଅଧ୍ୟାପିକା ସସ୍ମିତା ସାହୁ ଓ ଜାତୀୟ ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ଗହୀର ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଚାରା ଗଛ ରୋପଣ କରାଯାଇଥିଲା l ଏଥିରେ ଅମର +୩ ମହା ବିଦ୍ୟାଳୟ ଜାତୀୟ ସେବା ଯୋଜନା ର ସମସ୍ତ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହି ବନ ମହୋତ୍ସବ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ I