ବକଡା ବେଡ଼ା ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳନ — ବୃକ୍ଷ ରୋପଣ ମାଧ୍ୟମରେ ପରିବେଶ ସଚେତନତାର ବିକାଶ
ଝରିଗାଁ, ୦୭/୦୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡା ବେଡ଼ା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ୭୬ତମ ବନମହୋତ୍ସବ ଉତ୍ସାହ ପୂର୍ଣ୍ଣ ଭାବେ ପାଳନ କରାଯାଇଛି। ପରିବେଶ ସୁରକ୍ଷା ଓ ସବୁଜ ଭାବନାକୁ ଗାଢ଼ କରିବା ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ନାୟକ ଏକ ଉତ୍ତେଜନାଦାୟକ ଭାଷାଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବନ ଓ ବୃକ୍ଷ ର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ସେ କହିଥିଲେ —"ସବୁଜ ବନାନୀର ଅବଶ୍ୟକତା ଅତ୍ୟନ୍ତ ଅବିସ୍ମରଣୀୟ। ପ୍ରାଣୀ ଓ ଉଦ୍ଭିଦର ଅନ୍ତଃସଂଯୋଗ ବିନା ପୃଥିବୀ ଉପରେ ସ୍ଥିତି ଅସମ୍ଭବ। ବୃକ୍ଷ ଲତା ଆମ ପରିବେଶର ଅଂଗ ଓ ଆଧାର, ଯାହା ଆମକୁ ଶ୍ୱାସ-ଉଶ୍ୱାସ, ଖାଦ୍ୟ, ଆସବାପତ୍ର ଓ ଔଷଧ ସହିତ ଜୀବନ ଜୀବିକା ଦେଇଥାଏ।"
ଏହି ବନମହୋତ୍ସବ ଅବସରରେ ପ୍ରଧାନ ଶିକ୍ଷକଙ୍କ ସହିତ ଶିକ୍ଷକ ନୟନ କୁମାର ରାଉତ, ଶିବଶଙ୍କର ଦିଶାରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅନେକ ପ୍ରକାର ଗଛର ଚାରା ରୋପଣ କରି ପରିବେଶ ସୁରକ୍ଷା ପ୍ରତି ଅନୁପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।ଏହି ପ୍ରୟାସ କେବଳ ବନମହୋତ୍ସବ ପାଳନ ନୁହେଁ, ଏହା ଏକ ସଂସ୍କାର ଓ ସୂଚନା ଦାନର ଅଭିଯାନ — ଯେଉଁଥିରେ ଛାତ୍ରଛାତ୍ରୀ ମାନେ ଶିଖୁଛନ୍ତି କିପରି ପ୍ରକୃତି ସହିତ ଏକତାରେ ବଞ୍ଚିବା ଦରକାର।