ମାଁ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରା ଅନୁଷ୍ଠିତ
କର୍ଲାମୁଣ୍ଡା, ୦୭/୦୭ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ କୁନ୍ଦେଇପାଲି ସ୍ଥିତ ତେଲନଦୀ କୂଳରେ ମାଁ ସୁରେଶ୍ଵରୀ ମନଖାଇ ଙ୍କ ଐତିହାସିକ ଘାଟ ଯାତ୍ରା ଏବଂ ଡଙ୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି I ଆଞ୍ଚଳିକ କେଉଁଟ କୈବର୍ତ୍ତ ସଂଘ ସଭାପତି ଦାମୋଦର ନାଏକ ଓ ସଂପାଦକ ସୁଶାନ୍ତ ମଲ୍ଲିକ, ପୂଜକ ଭଗବାନ ନାଏକ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ପୂଜକ ଭାବରେ ଭଗବାନ ନାଏକ, ଭମର ନାଏକ, ଗଣ୍ତାରାମ ନାଏକ, ଗୁଣନିଧି ନାଏକ, ରୋହିତ ନାଏକ, ସୁରେନ୍ଦ୍ର ନାଏକ, ବିରମଣି ନାଏକ, ଲିଙ୍ଗରାଜ ନାଏକ ପ୍ରମୁଖ ସହଯୋଗ କରିଥିଲେ I ଯାତ୍ରାରେ ମାଁ ଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା I ମାନସିକ ପୂରଣ ହୋଇଥିବା କେତେକ ଭକ୍ତ କୁକୁଡ଼ା ଏବଂ ବୋଦାବଳି ଦେଇଥିଲେ I