ବ୍ଲକ ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଚକାପାଦ : ୧୩/୨୫ ( ସମିସ) ଚକାପାଦ ବ୍ଲକ ବିରୁପାକ୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ତିନି ଜଣ ସହକାରୀ ଶିକ୍ଷକ ଚାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହୃଷିକେଶ ପ୍ରଧାନ,ତୋଟାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନବଘନ ସାହୁ,ସଦାପଦର ପ୍ରାଥମିକ ବିଦ୍ୟାଳୟ ର ଅନାଦି ଚରଣ ଦଳ ଙ୍କୁ ବିଦାୟ ଦିଆଯାଇଛି ! ଏହି କାର୍ଯ୍ୟକ୍ରମ କୁ ସଭାପତି ଶାନ୍ତୁନୁ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ନାୟକ,ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ଦିଗାଲ,ସମ୍ପାଦକ ବିକ୍ରମ ଦିଗାଲ ଯୋଗଦେଇ ଥିଲେ ! ଚକାପାଦ ବ୍ଲକ ର ୭ ଜଣ ସିଆରସିସି ଓ ୬୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ l ଶେଷରେ ସମସ୍ତ ଙ୍କୁ ଶିକ୍ଷକ ସୁନନ୍ଦ ଦିଗାଲ ଧନ୍ୟବାଦ ଦେଇଥିଲେ ! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ!