ତେରେସିଂହାରେ ଫୁଟିଲା 'ବ୍ରହ୍ମ କମଳ' ପୁଷ୍ପ
କର୍ଲାମୁଣ୍ଡା, ୧୪/୦୭ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ପୌରାଣିକ ପୁଷ୍ପ 'ବ୍ରହ୍ମ କମଳ' ଫୁଟିଥିବା ଦେଖିବାକୁ ମିଳିଛି I ଗ୍ରାମର ସରୋଜ କୁମାର ରଣାଙ୍କ ଘରେ ଏହି 'ବ୍ରହ୍ମ କମଳ' ପୁଷ୍ପ ଫୁଟିଛି I ଫୁଲ ଫୁଟିବା ଯୋଗୁଁ ଘରେ ଆନନ୍ଦର ଲହରୀ ଖେଳି ଯାଇଛି I ଦୁଇ ବର୍ଷ ତଳେ ଶ୍ରୀ ରଣା ଏହି ବୃକ୍ଷ ରୋପଣ କରିବା ସହ ଯତ୍ନ ନେଉଥିବା ବେଳେ ରବିବାର ରାତ୍ରିରେ 'ବ୍ରହ୍ମ କମଳ' ପୁଷ୍ପ ଫୁଟିଥିବା ଦେଖିବାକୁ ମିଳିଛି I ସେହିପରି ଗତ ବର୍ଷ ସେପ୍ଟେମ୍ବର ମାସରେ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ 'ବ୍ରହ୍ମ କମଳ' ପୁଷ୍ପ ପୁଟିଥିବା ଶ୍ରୀ ରଣା କୁହନ୍ତି I