ମାଁଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ
କର୍ଲାମୁଣ୍ଡା, ୧୨/୦୭ (ସୁଶାନ୍ତ ରଣା):କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ଵାରା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ମେରା ଯୁବା ଭାରତ କଳାହାଣ୍ଡି ଶାଖା ନେତୃତ୍ବରେ "ମାଁଙ୍କ ନାମରେ ଗଛ ଟିଏ" କାର୍ଯ୍ୟକ୍ରମ ନର୍ସରୀ ଖେଳ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସମାଜସେବୀ ଖୁସିରାମ ସାହୁ, ମହାଦେବ ସାହୁ, ତରୁଣୀ ସାହୁ ପ୍ରମୁଖ ଯୋଗଦେଇ ପରିବେଶ ପାଇଁ ବୃକ୍ଷର ମହତ୍ତ୍ଵ ଓ ବୃକ୍ଷ ରୋପଣର ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସଂଘ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ ଙ୍କ ସହ ସଂଘ ସଦସ୍ୟ ଉପସ୍ଥିତ ଥିଲେ I