Hot Posts

6/recent/ticker-posts

ଲୁକି ଯିବାକେ ବସ୍'ଲା ନ ଦେଶୀ ଧାନ୍

କର୍ଲାମୁଣ୍ଡା, ୨୯/୦୭ (ସୁଶାନ୍ତ ରଣା): ସମିଆଁ ଥିଲା କଳାହାଣ୍ଡି ଜିଲ୍ଲାର୍ ଗାଁ ଗାଁ ନେ ଗୁର୍ଦୁ ପରିମାଣନେ ଦେଶୀ ଧାନ୍ ଚାଷ ଅମଲ୍ ହେଉଥିଲା I ଦେଶୀ ଧାନର ଭାତ୍ ର ସୁଆଦ ଆରୁ ସେଟା ଦିହିର୍ ଲାଗି ଉଷୋ ଲେଖେନ୍ କାମ୍ କରୁଥିଲା I ହେଲେ, ଇହାଦେ ସମିଆଁ ବଦଲିବାର୍ ସାଙ୍ଗେ ବଦଲି ଯାଇଛେ ଚାଷ କର୍ବାର ଶଏଲି I ଇହାଦେର୍ ସମିଆଁନେ ବଢ଼େ ଅମଲ୍ ହେଉଥିବାର୍ ହାଏବ୍ରିଡ୍ ଧାନ୍ ବିହନର ଗୁର୍ଦୁଟେ ଚାଷ ହେଉଥିବାର୍ ବେଲ୍'କେ ଦେଶୀ ଧାନ ଲୁକି ଯିବାକେ ବସ୍'ଲା ନ I ହାଏବ୍ରିଡ୍ ଧାନ୍ ଆଏବାର୍ ଆଗ୍'ରୁ ଜିଲ୍ଲାର ଭିନ୍ ଭିନ୍ ଗାଁ ନେ ଚଷା ଭାଏମନେ ଝିଲ୍ଲି, କଲ୍ କତି, ମୁଗଦି, ଶୁଆଟୁଟି, ମାଗୁରା, କର୍ଣ୍ଣି, କୁଷମା, ଲାଲ୍ ଗଏନ୍ଦି, ଝୁଲି, ବୁନ୍ଦେ, ହିରନ୍, ହରି ଶଙ୍କର, ଜୁତରି, ଶୁଆଗି, ମକର୍ କମ୍, ମହିପାଲ୍, ଆସାମ ଚୁଡ଼ି, ରତନ୍ ଚୁରି, କାକରୀ, ଖର୍ କୋଲ୍, ବଉଲ କେରା, ଝୁଣିପାଗୀ, ଗଠିଆଁ, ଚିନାମାଲ୍, ଚିଥଲ୍ ଚିନି, ଭୋଦୋ ଚିଙ୍ଗରି, ବଡ଼ରାଜ୍ ଭଲିଆ ଦେଶୀ ଧାନ୍ ଚାଷ ଗୁର୍ଦୁ ହେଉଥିଲା ବଲି କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା ଗାଁର୍ ଭରତ ରଣା କହେସନ୍ I ଇହାଦେ ଆଧୁନିକ ଶଏଲି ନେ ଚାଷ କର୍ବାର୍ ସାଙ୍ଗେ ବଢ଼େ ଅମଲ୍ ଦେଉଥିବାର୍ ହାଇବ୍ରିଡ୍ ଧାନ୍ ବିହନ୍ ନୁ ଚାଷୀ ଗୁର୍ଦୁ ଧାନ୍ ଅମଲ୍ କରି ପାରୁଛେ I ହେତିର୍ କାଜି ଆରୁ ଗାଁଗଣା ନେ ଦେଶୀ ଧାନ୍ ଦେଖ୍'ବାକେ ନାଇଁ ମିଲ୍'ବାର୍ ନ୍ I ଗୁଟେ ପର୍କାର୍ ଲୁକି ଗଲା ନ କହିଲେ ଚଲେ I ଧିରେଧିରେ ଚଷା ଭାଏ ମନେ ଦେଶୀ ଧାନ୍ ଠାନୁ ଦୂରେଇ ଯାଉଥିବାର୍ ବେଲେ ଦେଶୀ ଧାନ୍ ଲୁକି ଯିବାକେ ବସ୍'ଲା ନ I ସେତିର୍ ଲାଗି ସର୍କାର ଟିକେ ଧିଆନ୍ ଦେଲେ ଲୁକି ଯଉଥିବାର୍ ଦେଶୀ ଧାନ୍ ଚଷା ଭାଏର୍ ପାଶେ ପାଶେ ରହିଥିତା I