ଘରକାନ୍ଥ ଭାଙ୍ଗି ପଡି ମହିଳାଙ୍କ ଦୁଃଖଦ ମୃତ୍ୟୁ
ନବରଙ୍ଗପୁର (ଝରିଗାଁ) ୬ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନସ୍ଥ ଚାଟିଗୁଡ଼ା ପଞ୍ଚାୟତର ଜାମଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠି ଘର କାନ୍ତ ଭାଙ୍ଗି ପଡି ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ନାମ ରେବା ପନକା (ବୟସ ୫୫ ବର୍ଷ) ବୋଲି ଚିହ୍ନଟ କରାଯାଇଛି। ସେ ଘର ଭିତରେ ଶୋଇଥିବା ବେଳେ ହଠାତ୍ ଘଟିଥିବା ଏହି ଦୁର୍ଘଟଣା ତାଙ୍କ ଜୀବନ ନେଇଯାଇଛି । ସୂଚନା ଅନୁସାରେ, ଏହି ଘରଟି ବହୁ ପୁରୁଣା ଓ ଅସୁରକ୍ଷିତ ଥିଲା। ଲଗାଣ ବର୍ଷା ଲାଗି ରହିଥିବା କାରଣରେ ଘର ର କାନ୍ଥ ବିରଳ ହୋଇ ପଡିଥିଲା। ଘର ଭିତରେ ରେବା ସୋଇଥିବା ବେଳେ ହଠାତ୍ କାନ୍ତ ଭାଙ୍ଗି ପଡିଥିବା ଘଟଣାରେ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ସ୍ୱାମୀ ଅର୍ଜୁନ ପନକା ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି। ଘଟଣା ପରେ ଗାଁ ଜନତା ମଧ୍ୟ ଆତଙ୍କିତ ଓ ଶୋକାକୁଳ ଅବସ୍ଥାରେ ଅଛନ୍ତି। ଗାଁ ଲୋକଙ୍କ ମତାନୁସାରେ, ଏହି ପରି ଭଙ୍ଗୁର ଘରରେ ରହିଥିବା ଗରିବ ଲୋକମାନେ ପ୍ରତି ଖଣ୍ଟେ ଜୀବନ ସଙ୍କଟ ମଧ୍ୟରେ ରହୁଛନ୍ତି। ସେମାନଙ୍କ ପାଇଁ ଦ୍ରୁତ ଆବାସ ଯୋଜନା ରେ ବ୍ୟବସ୍ଥା ହେବା ଆବଶ୍ୟକ। ଘଟଣା ସୂଚନା ମିଳିବା ସହିତି ଡାବୁଗାଁ ଥାନା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ଓ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମଧ୍ୟ ଘଟଣା ସ୍ଥଳର ଅବସ୍ଥା ଦେଖି ଏକ ଅପରିହାର୍ଯ୍ୟ ଦୁର୍ଘଟଣା ଥିବା ଅନୁମାନ କରୁଛି। ଏହି ଘଟଣା ଉପରେ ଏବେ ଅନେକ ପ୍ରଶ୍ନ ଉଠୁଛି — ଏପରି ଜୀର୍ଣ୍ଣ ଘର ଗୁଡିକୁ ନିଆଁ ନ ଦେଲେ ଅନ୍ୟ ମାନ୍ଙ୍କ ଜୀବନ ମଧ୍ୟ ବିପଦ ରେ ପଡିପାରେ। ସ୍ଥାନୀୟ ପ୍ରଶାସନ ଏହା ପାଇଁ କେତେ ଦୂର ଦାୟୀ?