ବିଜେଡି କର୍ମୀ ଙ୍କୁ ଶ୍ରଦ୍ଧାଞ୍ଜଳି ପରିବାର ଙ୍କୁ ସମବେଦନା ଜଣାଇଲେ ପିଜେପି ବିଧାୟକ ନରସିଙ୍ଗ ଭତ୍ରା ଙ୍କ ସହ କର୍ମୀ
ଝରିଗାଁ, ୨୯ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ଗାଁରେ ଜଣେ ବିଜେଡି କର୍ମୀ ଜୟ ମଙ୍ଗଳି ଙ୍କ ଗତ ୨୭ ତାରିଖ ଦିନ ହୃଦଘାତରେ ପରଲୋକ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇ ଝରିଗାଁ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ନରସିଙ୍ଗ ଭତ୍ରା ଙ୍କ ସହ ବିଜେପି ଦଳର ବହୁ କର୍ମକର୍ତ୍ତା ଆଜି ଗାଁରେ ପହଞ୍ଚି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ଥିଲେ। ଶ୍ରୀ ମଙ୍ଗଳି ବିଜେଡି ଦଳର ଜଣେ ଆଗଧାଡିର କର୍ମୀ ସହ ଯୁବ ସମାଜସେବୀ ଭାବରେ ତାଙ୍କର ବିଶେଷ ପରିଚୟ ଥିଲା। ସୂଚନା ଯୋଗ୍ୟ ଗତ ୨୭ ତାରିଖ ସକାଳୁ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପାଇ ମାନ୍ୟବର ବିଧାୟକ ନରସିଙ୍ଗ ଭତ୍ରା ଙ୍କ ସହ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ ଧୋଡ୍ରା ପଞ୍ଚାୟତ ସଭାପତି ସୁବାସ ପନକା , କର୍ମୀ ବଟକୃଷ୍ଣ ବିଷୟୀ ,ସୁଜନଭକ୍ତ , ଅଜୁନ ଭତ୍ରା, ସୁନ୍ଦର, ଫଙ୍କଜ , ଯୁଗସାୟ , ଭଜମନ ,ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ। ଜୟଙ୍କ ପରିବାର ଏବଂ ସ୍ତ୍ରୀ ଭଗବତୀ ଓ ୩ ପୁଅ ୨ ଝିଅ ଥିବା ବେଳେ । ଚାଷ ବାସ ଏବଂ ତାଙ୍କର ଛଅ ପ୍ରାଣୀଙ୍କୁ କୁଟୁମ୍ବ ଚଲାଇବା ହେବେ କଷ୍ଟ ସାଧ୍ୟ ହୋଇ ପଡିଛି। ମୁଙ୍ଗଳିଙ୍କ ପରଲୋକ ପରେ ପୁଅ ଝିଅ କିପରି ପାଠ ପଡ଼େଇବେ ମୃତ୍ୟୁଙ୍କ ପତ୍ନୀ ଚିନ୍ତିତ ଥିବା ବେଳେ ମାନ୍ୟବର ବିଧାୟକ କହିଛନ୍ତି। ପୁଅ ଓ ଝିଅମାନଙ୍କର ପାଠପଢ଼ାଇବା ବ୍ୟବସ୍ଥା କରିବା ବୋଲି ପରିବାରଙ୍କୁ ଆଶ୍ୱାସନା ଦେବା ସହ ସମବେଦନା ଜଣାଇ ସମସ୍ୟ ଉପରେ ପରିବାର ସହିତ ଆଲୋଚନା କରିଥିଲେ।