Hot Posts

6/recent/ticker-posts

ଜୀବନ ନେଲା ବଜ୍ରପାତ

ଡାବୁଗାଁ, ୨୨ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅନ୍ତର୍ଗତ ବରିଗାଁ ପଞ୍ଚାୟତ ମେଣ୍ଡରା ଗ୍ରାମର ଦେବରାଜ ଭତ୍ରା (୩୫) ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଯୋଗ୍ୟ ଦେବରାଜ ଉମରକୋଟ ଥାନା ଅଧୀନରେ ଥିବା ବକୋଦା ପଞ୍ଚାୟତର ଜାଡା ଗୁଡ଼ା ନିଜ ଶଶୁର ଘରକୁ ଯାଇଥିଲେ । ଗତକାଲି ସେ ଜମିରେ ଚାଷ କରୁଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଏକ ଲିଖିତ ଦାଖଲ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଶବକୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନର କରାଯିବ, ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।