Hot Posts

6/recent/ticker-posts

"ଆଧାର ନାହିଁ, ସହାୟତା ନାହିଁ: ଉମରକୋଟର ଦିବ୍ୟାଙ୍ଗ ଶିଶୁ ରବିସିଂ ଭତ୍ରା ସମସ୍ତ ଯୋଜନାରୁ ବଞ୍ଚିତ!"

ଉମରକୋଟ, ୨୨ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ କୋଦା ପଞ୍ଚାୟତ ଅଧିନ ରେ ଥିବା ସରାଗୁଡା ଗ୍ରାମରେ ରହୁଥିବା ଲଛନ ଭତ୍ରାଙ୍କ ପୁଅ ରବିସିଂଭତ୍ରା (୯) ଆଧାର କାର୍ଡ ନ ଥିବାରୁ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । ଆଧାର କାର୍ଡ଼ ନଥିଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବେ ସରକାରଙ୍କ ଅଜବ କାରନାମା । ଜଣେ ଦିବ୍ୟାଙ୍ଗ ବାଳକର ଆଧାର କାର୍ଡବନି ପାରୁ ନ ଥିବା ରୁ ତାକୁ ଭତ୍ତାରୁ ବଞ୍ଚିତ କରାଯାଉଛି। ଏପରିକି ଦିବ୍ୟାଙ୍ଗ ବାଳକର ପିତାଙ୍କ ଆଧାର କାର୍ଡରେ ବୟସ କମ ଥିବାରୁ ସେ ବୃଦ୍ଧ  ଉତ୍ତାରୁ  ମଧ୍ୟ ବଞ୍ଚିତ ରହିଛିନ୍ତି। ଏଭଳି ଦୁର୍ଗମ ଅଞ୍ଚଳରେ  ବସବାସ କରୁଥିବା ଏକ ପରିବାରର  ଦୁଃଖଭରା କାହାଣୀ ସାମ୍ନାକୁ ଆସିଛି। ଲଛନଙ୍କ ୯ ବର୍ଷର ପୁଅ ରବିସିଂ  ଯିଏକି ଜନ୍ମରୁ ବିକଳାଙ୍ଗ  ସେ ନା ଦେଖି ପାରୁଛି ନା କହିପାରୁଛି  ନା ଶୁଣି ପାରୁଛି ନା ସେ ଚାଳିପାରୁଛି । ରବିସିଂ  ଙ୍କ ଜନ୍ମ ର ତିନି ମାସ ପରେ  ମା  ସ୍ଵର୍ଗବାସ ହୋଇଥିଲେ। କିନ୍ତୁ ତାଙ୍କ ପରିବାର  ଭାଙ୍ଗିପଡିନଥିଲେ।  ତାଙ୍କ ଦୁଇ ଭଉଣୀ ସନେଇ ନିଜର ପାଠ ପଢା ଛାଡ଼ି ସାନ ଭାଇ ରବି ସିଂର ର ଦେଖଭାଲ କରୁଛନ୍ତି । ବଡ ଭାଇ କୁଳି ମଜୁରୀ କରି ଯାହା ପାଆନ୍ତି ସେହିଥିରେ ହିଁ ଚଳାଇ ଦିଅନ୍ତି । ସେପଟେ ରବି ସିଂ  ଆଧାର କାର୍ଡ ନ ଥିବାରୁ ସେ ସମସ୍ତ ସରକାରୀ ଲୋଜନାରୁ ବଞ୍ଚିତ ରହିଛିନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଆମେ ଚେଷ୍ଟାଓ କରୁଛୁ ବୋଲି କହିଛନ୍ତି। ଏବଂ  -ବିଡିଓ ମନୋଜ କୁମାର ମେହେର ରବି ସିଂଙ୍କ ପାଇଁ ବିକଳ୍ପ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଦିବ୍ଯାଙ୍ଗ ର ବିସିଂଙ୍କୁ କେବେ ସରକାରୀ ସହାୟତା ମିଳିବ।