Hot Posts

6/recent/ticker-posts

କୋରାପୁଟ ଜିଲ୍ଲା ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ।

କୋରାପୁଟ, ୨୨ / ୭ ( ବିପିନ କୁମାର ହିଆଲଙ୍କ) : ସୋମବାର କୋରାପୁଟ ସ୍ଥାନୀୟ ସଦଭାବନା ସଭାଗୃହରେ କୋରାପୁଟ ଜିଲ୍ଲା ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗ୍ରାମୀଣ ବିକାଶ,ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ସମୀକ୍ଷା ବୈଠକରେ ହର ଘର ଜଳ, ଗ୍ରାମୀଣ ଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା ବିଭିନ୍ନ ଯୋଜନା ସାହାଯ୍ୟରେ କାମ ଯୋଗାଇ ଦିଆଯାଉଛି ଏବଂ ଏହି ସଂଖ୍ୟା ବଢ଼ାଇବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ ।ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମାନ୍ୟବର ଶ୍ରୀଯୁକ୍ତ ନାୟକ କହିଥିଲେ । ଉକ୍ତ ବୈଠକରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୁପୁ ଭତ୍ରା କୋରାପୁଟ ଜିଲ୍ଲାପାଳ ମାନ୍ୟବର ଶ୍ରୀଯୁକ୍ତ ଭି କୀର୍ତ୍ତି ୱାସନ୍ ଆଇ ଏ ଏସ୍ ,ପ୍ରୋଫେସନର ସନ୍ତୋଷ କୁମାର ପାତ୍ର,ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।


 ବିପିନ କୁମାର ହିଆଲଙ୍କ ରିପୋର୍ଟ 
ନବଦୂତ NEWS. ।