କେଲିଆ ଝାଡେଶ୍ୱର ପିଠରେ ଶ୍ରବଣ ମାସର ଦ୍ୱିତୀୟ ସୋମବାର : ହଜାର ହଜାର କାଉଁଡ଼ିଆ ଭକ୍ତଙ୍କ ସମାଗମ
ନବରଙ୍ଗପୁର, ୨୧/୭ (ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ଝାଡେଶ୍ୱର ମହାଦେବ ପିଠରେ ଶ୍ରଦ୍ଧା, ଭକ୍ତି ଓ ଧାର୍ମିକ ଉତ୍ସାହର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ପବିତ୍ର ଶ୍ରବଣ ମାସର ଦ୍ୱିତୀୟ ବୋଳ ପାଳି ଅବସରରେ ହଜାର ହଜାର କାଉଁଡ଼ିଆ ଭକ୍ତ ଦୂର ଦୂରାନ୍ତରୁ ତାଲ ଚାଳି, ନିଜ ମାନସିକ ଓ କାଉଡ଼ି ଧରି ୨୦–୩୦ କିମି ଦୂର ଠାରୁ ପଦଯାତ୍ରା କରି ଏଠାକୁ ପହଞ୍ଚିଛନ୍ତି।
ମନ୍ଦିର ପରିଚାଳନା କମିଟି ଓ ସେବାୟତ ମାନଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନଭୋଗ , ବିଶ୍ରାମ ଓ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଥିଲା। ବାବାଙ୍କ ଆର୍ଶୀବାଦ ଲାଭ ପାଇଁ ଆସିଥିବା ଭକ୍ତମାନେ ଲାଇନ ଲଗେଇ ଧାର୍ମିକ ରିତିରେ ପୂଜା ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ଡଃ ଲିପିକା ମାଝୀ ସହ କର୍ମୀମାନେ ମନ୍ଦିରକୁ ଦର୍ଶନ କରି ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ କାଉଁଡ଼ିଆ ଭକ୍ତଙ୍କ ସୁବ୍ୟବସ୍ଥା ଓ ମନ୍ଦିର ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ଏହି ଧାର୍ମିକ ଉତ୍ସବ ଦେଖି ଅଞ୍ଚଳରେ ଶ୍ରଦ୍ଧା, ଭକ୍ତି ଓ ସାମୁହିକ ଏକତାର ଏକ ମଧୁର ଉଦାହରଣ ସୃଷ୍ଟି ହୋଇଛି। ଅନେକ ଭକ୍ତ ମନ୍ଦିର ପରିଦର୍ଶନ ପରେ ଏହାକୁ ଏକ ପବିତ୍ର ଧାମ ବୋଲି ବ୍ରତ କରି ମନ୍ଦିର ପରିସରକୁ ପୁଣି ଫେରିବା ଆଶା ଜଣାଇଛନ୍ତି।