ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାରେ ରାଜ୍ୟ କଂଗ୍ରେସ ର ଚରମ ପ୍ରତିବାଦ—କୋରାପୁଟ ଜିଲ୍ଲା ସମ୍ପୂର୍ଣ ଠପ୍
କୋରାପୁଟ, ୧୭ / ୭ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶାର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା କୁ ନେଇ ରାଜ୍ୟରେ ବିପୁଳ ଜନାକ୍ରୋଶ ବିକାଶ ପାଇଛି। ଏହି ମାମଲାରେ ରାଜ୍ୟ ସରକାର ଙ୍କ ନୀରବତା ଓ ବ୍ୟବସ୍ଥା ଅଭାବର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଦାସଙ୍କ ଆହ୍ୱାନ ଅନୁସାରେ ସାରା ରାଜ୍ୟରେ ଗଣଆନ୍ଦୋଳନ ଆରମ୍ଭ ହୋଇଛି। ତାହାର ଅଂଶ ଭାବରେ କୋରାପୁଟ ଜିଲ୍ଲା ମଧ୍ୟ ଏକ ଜଣାଶୁଣା ପ୍ରତିବାଦ କେନ୍ଦ୍ର ହୋଇଥିଲା। ପୂର୍ବତନ ବିଧାୟକ ନିମାଇ ସରକାର, ବିଧାୟକ ପ୍ରାର୍ଥୀ କୃଷ୍ଣକୁଳଦୀପ, ଯୁବ ନେତା ରୁପକ ତୁରୁକ, ନଗର ସଦ୍ଭାପତି ଜୟନ୍ତ କଚ୍ଛିମ, ବ୍ଲକ ଅଧ୍ୟକ୍ଷା ନମିତା ମାଝି, ବରିଷ୍ଠ କଂଗ୍ରେସ ନେତା ଜଗସ ଖସଲା, କାଉନ୍ସିଲର ଶ୍ରୀମତୀ ହିଆଲ, ସାଂସଦ ପ୍ରତିନିଧି ଶ୍ରୀ ଆଚାର୍ଯ୍ୟ ସହ ବହୁତ ନେତା ଓ କର୍ମୀମାନେ ଅଂଶଗ୍ରହଣ କରି ସଡକ ଉପରକୁ ବାହାରି ଆନ୍ଦୋଳନ କୁ ଗତିଦେଇଥିଲେ। "ମାଟି ଝାଡ଼ ଦେଉଥିବା ସରକାର ନାରୀ ସୁରକ୍ଷା ରେ ଅସଫଳ" — ବିଜେପି ସରକାର ର ଅକ୍ଷମତା ବିରୋଧରେ ଗଜଗଜା ନାରା ଓ "ଡାଉନ୍ ଡାଉନ୍" ଧ୍ବନି ତାଲେ କୋରାପୁଟ ଜିଲ୍ଲା ଜନତା ପ୍ରଶ୍ନ ଉଠାଇଲେ—ଏପରି ଅନ୍ୟାୟ ଘଟଣା ପରେ କେବେ ମିଳିବ ନ୍ୟାୟ? ଏହି ଆନ୍ଦୋଳନ ସମୟରେ ଆମ୍ବୁଲାନ୍ସ ଓ ଆବଶ୍ୟକ ଜରୁରୀ ସେବା ବ୍ୟତିତ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର, ଦୋକାନ ବନ୍ଦ ରହିଥିଲା। ସାରା କୋରାପୁଟ ଜିଲ୍ଲା ଠପ୍ ହୋଇ ଥିଲା। ପ୍ରଶ୍ନ ଏଠି—ଏପରି ଅନ୍ୟାୟ ଓ ମନୋବିଜ୍ଞାନିକ ଚାପରେ ପିଡିତା ଯୁବତୀ ଆତ୍ମହତ୍ୟା କରିବା ପରେ ମଧ୍ୟ ଏହି ସରକାର କେତେଦିନ ଧରି ନୀରବ ରହିବ? ଏବେ ଦେଖିବାକୁ ବାକି ରହିଛି—ସୌମ୍ୟାଶ୍ରୀ ବିଶିଙ୍କ ପରିବାର କେବେ ଓ କିପରି ନ୍ୟାୟ ପାଇବେ?