କର୍ଲାମୁଣ୍ଡା ବ୍ଲକରେ ଓଡ଼ିଶା ବନ୍ଦକୁ ସମର୍ଥନ
କର୍ଲାମୁଣ୍ଡା,୧୭/୭ (ସୁଶାନ୍ତ ରଣା): ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆଜି କଂଗ୍ରେସ ସମେତ ବାମ ପନ୍ଥୀ ଦଳମାନେ ଦେଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦକୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ସମର୍ଥନ ମିଳିଛି । ବ୍ଲକ ସ୍ତରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଯାତାୟାତ ଠପ୍ ହୋଇଛି । ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ରାଜ୍ କିଶୋର ମିଶ୍ର, ରାଜ କିଶୋର ଜୈନ, ଦୟା ମାଝୀ, କଂଗ୍ରେସ କର୍ମୀ ଚୈତନ୍ୟ ସାହୁ, ଗୋବର୍ଦ୍ଧନ କୁମାର, ମାର୍କଣ୍ଡ ସାହୁ, ବବୃ ବାହନ ଭୋଇ, ସନାର୍ତ୍ତନ ନାଏକ, ମନୁ ରଣା, ମହେଶ୍ୱର ଗହୀର, ରଶ୍ମିରଞ୍ଜନ ରଣା, ଲାଭି ରଣା, ରମେଶ ପଟେଲ ପ୍ରମୁଖ ସାମିଲ ହୋଇ ବ୍ଲକ ସଦର, ରିଷିଡା, ଜୋରାଡ଼ବରା ଛକରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ଡାକରା ଦେଇଥିବାରୁ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।