Hot Posts

6/recent/ticker-posts

ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୧୬/୦୭ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି I ଏନ.ଏସ.ଏସ ଓ ରେଡ କ୍ରସ ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେଡ କ୍ରସ ସଂଯୋଜକ ଅଧିକାରୀ ଗିରିରାଜ ଗହୀର ମୁଖ୍ୟ ଭାଷଣ ଦେଇଥିବା ବେଳେ ଏନ.ଏସ.ଏସ ସଂଯୋଜକ ଅଧିକାରୀ ନୀଳାମ୍ବର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ସଭାରେ "ମାଁ ଙ୍କ ନାମରେ ଗଛଟିଏ" ଲଗାଇବା ପାଇଁ ମଂଚାସୀନ ଅଧ୍ୟାପକ ଅଧ୍ୟାପିକା ମଣ୍ଡଳୀ ଉଦବୋଧନ ଦେଇଥିଲେ I ଅଧ୍ୟାପକ ସନମ ବରିହା, ତାପସ ରଞ୍ଜନ ସାହୁ, ଅଧ୍ୟାପିକା ଲିମା ପଧାନ, ସୀତା ରତାଇ, ଗ୍ରନ୍ଥପାଳ ଚିନ୍ମୟ କୁମାର ରଣା, ଖେଳ ଶିକ୍ଷକ ଲଳିତ କୁମାର ଦାସ ମଂଚାସୀନ ଥିଲେ I ଏଥିରେ ଜଗଦିଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ I