Hot Posts

6/recent/ticker-posts

ଝରିଗାଁ ବ୍ଲକ ରେ ଶ୍ରାବଣର ପ୍ରଥମ ସୋମବାରେ ଶିବାଳୟରେ ଭକ୍ତମାନଙ୍କ ଭିଡ

ଝରିଗାଁ, ୧୪ / ୭ ( ନକୁଳ ଭତ୍ରା ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର — ଓଡ଼ିଶାର ଜନଶ୍ରଦ୍ଧା ଓ ଧାର୍ମିକତାର ଅନ୍ୟତମ ଦିନ। ଏହି ପବିତ୍ର ଅବସରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ଶିବପିଠ ମାନଙ୍କରେ,  ବିଶେଷକରି ବକଡ଼ାବେଡ଼ା ଅଞ୍ଚଳର ଝାଡେଶ୍ୱର ଶିବପୀଠ ରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଶିବପୀଠ ରେ ଜଳାଭିଷେକ କରିବାକୁ ଭକ୍ତମାନେ ବିଡ୍ରି (ଭସ୍କଳି) ନଦୀରୁ ପବିତ୍ର ଜଳ ଉଠାଇ କାନ୍ଧରେ କାଉଁଡି ରଖି, ମୁଖରେ "ହର ହର ମହାଦେବ", "ବୋଳ ବୋମ ଶିବ ଶଙ୍କର" ମନ୍ତ୍ର ଉଚ୍ଚାରଣ କରୁଥିବା ଦୃଶ୍ୟ ଧାର୍ମିକ ଭାବନାର ଏକ ଅଦ୍ୱିତୀୟ ଚିତ୍ର ପ୍ରଦର୍ଶନ କରିଛି। ପୁଅ-ପିଲା, ବୃଦ୍ଧ-ବନିତା, ଯୁବ ଓ ଯୁବତୀମାନେ ସମସ୍ତେ ମନୋବାଞ୍ଛା ପୂରଣ ପାଇଁ ମାନସିକ ଧରି ଶ୍ରଦ୍ଧାର ସହିତ ଶିବାଳୟ ପଥେ ଯାତ୍ରା କରୁଛନ୍ତି। ଏକ ଲମ୍ବା ଲାଇନ ହୋଇ ଭକ୍ତମାନେ ଶିବଙ୍କ ଚରଣ ସେବା ପାଇଁ ପ୍ରତିକ୍ଷା କରୁଛନ୍ତି। ଭକ୍ତମାନଙ୍କ ସୁବିଧା ପାଇଁ ବୋଳ ବମ କାଉଡିଆ ସମିତି "ବୋଳ ବମ କମିଟି, ବକଡ଼ାବେଡ଼ା" ଦ୍ୱାରା ବ୍ୟବସ୍ଥା କରାଯାଇଛି। ସମିତିର ପ୍ରଭାକର ଗୌଡ, ନାରାୟଣ ପଣ୍ଡା, ରଘୁନାଥ କଳାର, ରଞ୍ଜିତ ଖୁରା, ଚିତ୍ରସେନ କଳାର ଆଦି ଅନେକ ସ‌ହଯୋଗୀ ଏହି ପବିତ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ନିୟୋଜିତ ଅଛନ୍ତି। ଏହି ଶ୍ରାବଣ ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ଓ ଜଳାଭିଷେକ କରି ଭକ୍ତମାନେ ନିଜ ମନସ୍କାମନା ପୂରଣ ହେବାର ଦୃଢ଼ ବିଶ୍ବାସ ରଖନ୍ତି। ଏହି ଧାର୍ମିକ ଉତ୍ସାହ ଓ ଅଧ୍ୟାତ୍ମିକ ପ୍ରେମ ଏକ ସାଂସ୍କୃତିକ ଏବଂ ଧାର୍ମିକ ଏକତାର ଚିତ୍ର ଉପସ୍ଥାପନ କରୁଛି।