Hot Posts

6/recent/ticker-posts

ତେଲେଙ୍ଗାନାର ଔଷଧ କାରଖାନାରେ ଓଡ଼ିଶାର ଶ୍ରମିକଙ୍କ ମୃତ୍ୟୁ, ଓଡ଼ିଶା ସରକାରଙ୍କ ୧୦ ଲକ୍ଷ ସହାୟତା ରାଶି ଘୋଷଣା

ନବରଙ୍ଗପୁର (ଝରିଗାଁ) ୪ / ୭ ( ନକୁଳ ଭତ୍ରା ) : ଝରିଗାଁ ବ୍ଲକର କୋଦଭଟ୍ଟା ଗ୍ରାମର ଦୁଇ ଶ୍ରମିକ — ଯେଉଁମାନେ ରୋଜଗାର ନିମିତ୍ତରେ ତେଲେଙ୍ଗାନାର ସାଙ୍ଗା ରେଡ଼ି ଜିଲ୍ଲାର ଶାମୟାଲାରାମ ଅଞ୍ଚଳର ଏକ ଔଷଧ କାରଖାନାରେ କାମ କରୁଥିଲେ — ସେଠାରେ ଏକ ଦୁର୍ଘଟଣାରେ ଦୁଃଖଦ ଭାବେ ନିଜ ପ୍ରାଣ ହରାଇଛନ୍ତି। ଏହି ଘଟଣା ଉପରେ ଏବେ ଶ୍ରମ ବିଭାଗ ଗମ୍ଭୀର ଭାବେ ପଦକ୍ଷେପ ନେଇଛି। ଏହା ପରେ ଶ୍ରମ ବିଭାଗର ଅତିରିକ୍ତ ଅଧିକାରୀ ମାନସ ରଞ୍ଜନ ଖୋସଲା (ଝରିଗାଁ) ଏବଂ ଶ୍ରୀମତୀ ମିନା କୁମାରୀ ମାଝୀ (ଡାବୁଗାଁ) ଆଜି କୋଦଭଟ୍ଟା ଗ୍ରାମକୁ ପହଞ୍ଚି ମୃତ ଶ୍ରମିକଙ୍କ ପରିବାରଙ୍କ ସହ ଆଲୋଚନା କରିଥିଲେ। ସେମାନେ ମୃତ୍ୟୁ ଘଟଣା ସମ୍ପର୍କରେ ପୁରା ବିବରଣୀ ନେଇଥିଲେ — କେଉଁ ଏଜେନ୍ସି ଦ୍ୱାରା ନିଯୁକ୍ତି ହୋଇଥିଲେ, କେତେ ଦିନ ହେଲା ସେମାନେ ତେଲେଙ୍ଗାନା କୁ ଯାଇଥିଲେ , ମାସିକ ଦରମା କେତେ ଥିଲା, ଏବଂ ଘଟଣା କିପରି ଘଟିଲା। ଏହି ମୃତ୍ୟୁ ଘଟଣା ପରେ ତେଲେଙ୍ଗାନା ସରକାର ପ୍ରତି ଶ୍ରମିକଙ୍କ ପରିବାରକୁ ₹1,00,000 ସହାୟତା ରାଶି ଦେଇଛନ୍ତି, ଓ ଓଡ଼ିଶା ସରକାର ମଧ୍ୟ ₹10,00,000 ଅନୁଦାନ ପ୍ରଦାନ କରିଛନ୍ତି। ମୃତ୍ୟୁ ଶରୀର ଦୁଇଟିକୁ ଆମ୍ବୁଲାନ୍ସ ଯୋଗେ ତେଲେଙ୍ଗାନାରୁ ଓଡ଼ିଶାକୁ ଆଣାଯାଇଥିଲା। ଶ୍ରମ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଏପରି ଦୁଃଖଦ ଘଟଣା ପୁଣି ନଘଟିଵା ପାଇଁ ବାହାର ରାଜ୍ୟକୁ ଶ୍ରମିକ ମାନେ ଯିବା ଆଗରୁ ନିଶ୍ଚିତ ଭାବେ ଶ୍ରମ ବିଭାଗ କିମ୍ବା ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଜଣାଇବା ଅତ୍ୟାବଶ୍ୟକ ବୋଲି କହିଛନ୍ତି । ତାହା ନହେଲେ ଅନଧିକୃତ ନିଯୁକ୍ତି, ଦୁର୍ବ୍ୟବହାର, ଓ ବିପଦ ଘଟିବା ସମ୍ଭାବନା ବୃଦ୍ଧି ପାଉଛି।