Hot Posts

6/recent/ticker-posts

କାରଖାନା ରେ ବିସ୍ଫୋରଣ, ଝରିଗାଁ ବ୍ଲକର ଦୁଇ ଶ୍ରମିକ ନିଖୋଜ, ଡିଏନଏ ରିପୋର୍ଟ କୁ ଅପେକ୍ଷା

ନବରଙ୍ଗପୁର, ୩ / ୭ ( ନକୁଳ ଭତ୍ରା ) : ଜୀବିକା ର ଅନ୍ବେଷଣରେ ଘର ଛାଡ଼ି ଶତ ମାନତା ଦୁରେ ରାସାୟନିକ କାରଖାନାକୁ ପହଞ୍ଚିଥିଲେ ଝରିଗାଁ ବ୍ଲକ ର ଅନେକ ଶ୍ରମିକ। କିନ୍ତୁ ତାଙ୍କର ଏହି ଜୀବନ ଏବେ ଏକ ଦୁଃଖଦ ଅନ୍ତ ପାଇଛି , ଯେଉଁଥିରେ ଦୁଇ ଜଣ ଶ୍ରମିକ ମୃତ୍ୟୁ କିମ୍ବା ନିଖୋଜ ଅବସ୍ଥାରେ ରହିଛନ୍ତି ବୋଲି ଆଶଙ୍କା ଜନ୍ମ ନେଇଛି। ତେଲେଙ୍ଗାନା ର ସାଙ୍ଗରେଡି ଜିଲ୍ଲାର ଶାମୟାଲାରାମ ଅଞ୍ଚଳରେ ଅବସ୍ଥିତ ଏକ ରାସାୟନିକ କାରଖାନାରେ ଗତ ଦୁଇ ଦିନ ତଳେ ହୋଇଥିବା ବିସ୍ଫୋରଣରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର କଦୋଭଟ୍ଟା, ପରସଲା, ବୁଆଳି ବେଡ଼ା ଗ୍ରାମର ଅନେକ ଶ୍ରମିକ ପ୍ରଭାବିତ ହୋଇଛନ୍ତି। ବିସ୍ଫୋରଣ ସମୟରେ କଦୋଭଟ୍ଟା ଗ୍ରାମର ଦୁଇ ଶ୍ରମିକ – ରମେଶ ଗୌଡ଼ ଓ ଚୈତୁ ଭତ୍ରା – କାରଖାନା ଭିତରେ କାମ କରୁଥିଲେ। ବିସ୍ଫୋରଣ ଘଟିବା ପରେ ତାଙ୍କ ସହଯୋଗୀ ଶ୍ରମିକମାନେ ଯୋଗାଯୋଗ କରିବାରେ ଅସମର୍ଥ ହେଲେ। ଅନୁମାନ କରାଯାଉଛି ଯେ ଏହି ଦୁଇ ଜଣ ବିସ୍ଫୋରଣରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବେ କିମ୍ବା ମୃତ୍ୟୁ ବରଣ କରିଥିବେ। ଏହି ଖବର ଶୁଣି ତାଙ୍କର ପରିବାର ଓ ଗ୍ରାମବାସୀ ମାନସିକ ଆଘାତ ଅନୁଭବ କରୁଛନ୍ତି। ଦୁଇ ଜଣଙ୍କ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ତାଙ୍କ ସହୋଦର ଓ ଆତ୍ମୀୟମାନେ ପାଞ୍ଚଜଣ ମିଶି ସାଙ୍ଗରେଡିରେ ଘଟିଥିବା ବିସ୍ଫୋରଣ ସ୍ଥଳକୁ ଯାଇଛନ୍ତି। ସେଠାରେ ଉପସ୍ଥିତ ଥିବା କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ଜଣାଶୁଣା ଶବ ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା କରାଯିବ। ଏହି କାରଖାନାରେ ଝରିଗାଁ ବ୍ଲକର ମୋଟ ୨୦ ଜଣ ଶ୍ରମିକ କାମ କରୁଛନ୍ତି। ବିସ୍ଫୋରଣ ଘଟିବା ସମୟରେ ମଧ୍ୟ ୧୮ ଜଣ ଜଳକିଆ ଖାଇବା ପାଇଁ ବାହାରିଥିଲେ, ଯାହାର ଫଳରେ ସେମାନେ ମୃତ୍ୟୁ ମୁଖ୍ୟରୁ ରକ୍ଷା ପାଇଛନ୍ତି। କିନ୍ତୁ ରମେଶ ଓ ଚୈତୁଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ଡିଏନଏ ରିପୋର୍ଟ ମାଧ୍ୟମରେ ଏହି ଦୁଇ ଶ୍ରମିକଙ୍କ ଭବିଷ୍ୟ ନିର୍ଣ୍ଣୟ ହେବ ବୋଲି ଗ୍ରାମବାସୀ ଆଶା ଓ ଆଶଙ୍କା ମଧ୍ୟରେ ଅପେକ୍ଷା କରୁଛନ୍ତି।