ଲଗାତାର ବର୍ଷା ର ପ୍ରଭାବ, ଭାଙ୍ଗିଗଲା ଧୋଡ୍ରା-ନାଗି ନଦୀ ବ୍ରିଜ ଡ୍ରାଇଭରସନ, ଯାତାୟତରେ ଅସୁବିଧା
ନବରଙ୍ଗପୁର, ୨ / ୭ ( ନକୁଳ ଭତ୍ରା ) :ନବରଙ୍ଗପୁର ଜିଲ୍ଲାରେ ଲଗାତାର ବର୍ଷା ହେଉଥିବା ପରିପ୍ରେକ୍ଷିତରେ ଧୋଡ୍ରା ନିକଟରେ ଥିବା ନାଗି ନଦୀର ପାଣି ଉପର ମୁଣ୍ଡରୁ ବହିବାରେ ଲାଗିଛି , ତେଣୁ ଏହି ନଦୀ ଉପରେ ନିର୍ମାଣାଧୀନ ନୂତନ ବ୍ରିଜର ଡ୍ରାଇଭରସନ୍ ଅଂଶ ଭାଙ୍ଗି ପଡ଼ିଛି। ଏହାର ପ୍ରଭାବରେ ଧୋଡ୍ରା ରୁ ଉମରକୋଟକୁ ଯାତାୟାତ କରୁଥିବା ମୁଖ୍ୟ ରାସ୍ତା ବାଧାଗ୍ରସ୍ତ ହୋଇଛି। ବିକଳ୍ପ ରୂପେ ଲୋକମାନେ ମହୁଳି ମାର୍ଗ ଦ୍ୱାରା ଯାତ୍ରା କରୁଛନ୍ତି। ଏହି ବ୍ରିଜ ନିର୍ମାଣ କାମ ପୂର୍ବରୁ ଦ୍ରୁତ ଗତିରେ ଚାଲୁଥିଲେ ମଧ୍ୟ, ଲଗାଣ ବର୍ଷା ହେବାରୁ କାମ ବାଧାପ୍ରାପ୍ତ ହୋଇଛି। କାମରେ ନିୟୋଜିତ ଅଧିକାରୀମାନେ ଜଣାଇଛନ୍ତି ଯେ, ପାଣି କମିଲେ ଡ୍ରାଇଭରସନ ନବନିର୍ମାଣ କାମ ପୁନର୍ବାର ଆରମ୍ଭ ହେବ। ବର୍ତ୍ତମାନ ଏହି ବ୍ରିଜ କାମ ଶେଷ ପର୍ଯ୍ୟାୟକୁ ପହଁଚିଛି ଓ ଅତି ଶୀଘ୍ର କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଆଗାମୀ କିଛି ଦିନରେ ବର୍ଷା ବଢ଼ିଲେ ଲୋକମାନେ ଯାତ୍ରା କରିବାରେ ଅସୁବିଧା ଅନୁଭବ କରିପାରନ୍ତି, କିନ୍ତୁ ପାଣି କମିବା ସହିତ ଯାତାୟାତ ସୁବିଧା ପୁନଃ ଗଠିତ ହେବ ବୋଲି ଆଶ୍ୱାସନ ମିଳିଛି।