ଜୟପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ।
ଜୟପୁର,୩୦|୭ ( ଏ. ଭେଙ୍କଟ ରାଓ ) :ଜୟପୁର ପୌର ପରିଷଦ ସଭାଗୃହରେ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଦଶହରା ପଡିଆ ଠାରେ ପାଳନ ନିମନ୍ତେ ଉପଜିଲ୍ଲାପାଳ ଏ ସଶ୍ୟା ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟେକ ବର୍ଷଭଳି ରାଜ୍ୟ ସରକାରଙ୍କ ଅନୁଦାନ ସୀମିତ ରହିଥିବା ବେଳେ ପ୍ରକୃତପକ୍ଷେ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ ହେଉଥିବା ସ୍ଥଳେ ସରକାରଙ୍କ ଅନୁଦାନ ନଗନ୍ୟ।ଉପଖଣ୍ଡର ପ୍ରଶାସନିକ ଅଧିକାରୀ ମାନେ ବ୍ୟବସାୟୀ ଗୋଷ୍ଟି, ବିଶିଷ୍ଟ ବ୍ୟକ୍ତି ମାନଙ୍କ ଠାରୁ କିଛି କିଛି ଅନୁଦାନ ଆଣି ପ୍ରତ୍ୟେକ ବର୍ଷ ଭଳି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ପାଳନ କରୁଥିବାରୁ ରାଜ୍ୟ ସରକାର ନିନ୍ଦିତ ହେବା ସହ ସାଧାରଣ ଜନତାଙ୍କୁ ଚର୍ଚ୍ଚାର ଖୁରାକ ଯୋଗାଉଛି। ଆଜିକାର ବୈଠକରେ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଏନସିସି, ସ୍କାଉଟ, ଗାଇଡ଼, ପୋଲିସ, ଅଗ୍ନିଶମ, ରେଡ଼କ୍ରସ ଦଳ ପରେଡରେ ଭାଗ ନେବା ସହ ଅରବିନ୍ଦ ନଗର ବିଦ୍ୟା ମନ୍ଦିର ଏବଂ ସରଦା ବିହାର ବିଦ୍ୟା ମନ୍ଦିରର ଛାତ୍ର ମାନେ ଘୋଷ ବାଦ୍ୟ ବଜାଇବାରେ ଅଂଶ ଗ୍ରହଣ କରିବାକୁ ସନ୍ନମତି ପ୍ରଦାନ କରିଛନ୍ତି।ଜନସ୍ୱାସ୍ଥ୍ୟ ବିଭାଗ ଜଳ ଯୋଗାଣ କରିବେ ଏବଂ ପୋଲିସ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁ ରୂପେ ତୁଲାଇ ବାକୁ ନିୟୋଜିତ ହେବାକୁ ନିଷ୍ପତି ହୋଇଛି।ପେରେଡରେ ବିଜେତା ଦଳ ଗୁଡିକୁ ପୁରସ୍କୃତ କରିବା ସହ ନିସ୍ଵ ନିବାସ, ଚିକିତ୍ସାଳୟ, କାରାଗାରରେ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିବାକୁ ନିଷ୍ପତି ହୋଇଛି।ଏହି ବୈଠକରେ ଉପଜିଲ୍ଲାପାଳଙ୍କ ସହ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ, ସହ ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଏବଂ ଲୋକସମ୍ପର୍କ ବିଭାଗର କର୍ମଚାରୀ ଗୋବିନ୍ଦ ସାହୁ ନିରଞ୍ଜନ ପାଣିଗ୍ରାହୀଙ୍କ ସମେତ ବହୂ ପ୍ରମୁଖ ବ୍ୟକ୍ତି ଏବଂ ଶିକ୍ଷକ ମାନେ ଉପସ୍ଥିତ ଥିଲେ।