ନବରଙ୍ଗପୁର ମହାବିଦ୍ୟାଳୟରେ ଯୌନ ନିର୍ଯ୍ୟାତନା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର, ୨୪ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ମହାବିଦ୍ୟାଳୟ ଠାରେ ନାରୀ ନିର୍ଯ୍ୟାତନା . ଯୌନ ର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ନବରଙ୍ଗପୁର ଜିଲ୍ଲାର ଜଣେ ସୁପ୍ରତିଷ୍ଠିତ ସାମାଜିକ କର୍ମୀ ତଥା ଆଇସିସି କମିଟି ସଦସ୍ୟା ଶ୍ରୀ ମତୀ ମନୋରମା ମାଝୀ ଅତିଥି ରୂପେ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଡି ଗୋବିନ୍ଦା ରା ଓ ଆଭ୍ୟନ୍ତରୀଣ ଅଭିନୟାଗ କମିଟିର ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ ସଦସ୍ୟା ଶ୍ରୀମତୀ ପ୍ରଣତି ମାଝୀ ଶ୍ରୀମତୀ ତୁଳସାଭତ୍ରା ଶ୍ରୀମତୀ ନିର୍ମିଳା ହିକକା ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷା ଅନୁଷ୍ଠାନ ଗୁଡିକରେ କିପରି ସୁରକ୍ଷିତ ଓ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇ ପରିବ ସେ ବିଷୟରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଶ୍ରୀମତୀ ମାଝୀ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଯୌନନିର୍ଯ୍ୟାତନାରୁ ସୁରକ୍ଷା ପାଇବେ ଏବଂ ସତର୍କତା ଅବଲମ୍ବନ କରିବେ । ତା ଉପରେ ବିଭିନ୍ନ ପ୍ରକାର ଉଦାହରଣ ମାଧ୍ୟମରେ ବିସ୍ତୁତ ଆଲୋଚନା କରିଥିଲେ। ଆଇସିସି କମିଟିର ମୂଖ୍ୟ ଶ୍ରୀ ମତୀ ସଙ୍ଗୀତା ତ୍ରିପାଠୀ କମିଟିର କାର୍ଯ୍ୟକାରିତା ଓ ଉପଯୋଗ କିପରି କରିହେବ ବିଷୟରେ ବୁଝାଇଥିଲେ। ଶେଷରେ ଭିଡ଼ିଓ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଯାଇ ଥିଲା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ।