ଲଗାଣ ବର୍ଷାରେ ଯୋଗୁଁ ଭାଙ୍ଗି ପଡିଲା ଘର, ଅଳ୍ପକେ ବର୍ତ୍ତିଗଲେ ପରିବାର
ଝରିଗାଁ, ୧/ ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଚାଟିଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ବିଜାପୁର ଗାଁର କଛେଙ୍ଗା କରିଆ ସାହିରେ ଆଜି ଏକ ଗୁରୁତର ଦୁର୍ଘଟଣା ଘଟିଛି। ଲଗାତାର ବର୍ଷା ପରେ ଘର ଦୁର୍ବଳ ହୋଇପଡ଼ିଥିବା ଫଳରେ ଛିତୁ ଭତ୍ରାଙ୍କ ଘରର ଗୋଟିଏ ପଟିଆ କାନ୍ତ ସମ୍ପୂର୍ଣ୍ଣ ଭାବେ ଭୂଶୁଡି ପଡିଛି। ଭାଗ୍ୟକ୍ରମରେ ଘଟଣା ସମୟରେ ଛିତୁଙ୍କ ପରିବାରର ସମସ୍ତେ ଜମିକୁ କାମକୁ ଯାଇଥିବାରୁ କାହାକୁ ଆହତ କିମ୍ବା ଜୀବନହାନି ହୋଇନାହିଁ। ଏହି ଦୁର୍ଘଟଣା ଦିନବେଳା ୧୨ ଟାରୁ ୧ଟା ମଧ୍ୟରେ ଘଟିଛି ବୋଲି ସ୍ଥାନୀୟ ସୂତ୍ର ରୁ ଜଣାପଡିଛି । ଘଟଣା ପରେ ଛିତୁ ଭତ୍ରା ମାନ୍ୟବର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ବର୍ଷା ଦିନରେ ରହିବା ଓ ଖାଦ୍ୟ ଅଭାବ ତାଙ୍କ ପରିବାର ପାଇଁ ଗଭୀର ଚିନ୍ତାର ବିଷୟ ହୋଇପଡ଼ିଛି। ଏଥିପାଇଁ ସରକାର କିଛି ତତ୍କାଳିକ ସାହାଯ୍ୟ ଯଥା ଆଶ୍ରୟ ଓ ଖାଦ୍ୟ ସୁବିଧା ଦେଇଥିଲେ, ସେମାନଙ୍କ ପରିବାର ଏହି ବିପଦ ସମୟରେ ସାନ୍ତ୍ୱନା ପାଇଥାନ୍ତି ବୋଲି ଅଭିବ୍ୟକ୍ତ କରିଛନ୍ତି।