Hot Posts

6/recent/ticker-posts

ପୁଣି ଦୁଇ ଫୁଟର ଅଜଗର ସାପ ଉଦ୍ଧାର

କର୍ଲାମୁଣ୍ଡା,୧୨/୦୭ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲରୁ ଆଉ ଏକ ଅଜଗର ସାପ ଉଦ୍ଧାର।  ବନ ବିଭାଗ ପକ୍ଷରୁ  ଏହି ଅଜଗର ସାପକୁ ଉଦ୍ଧାର କରାଯାଇଛି । ଯାହାର ଲମ୍ବ ଦୁଇ ଫୁଟ ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ଅବୁଜବାହାଲ ଗ୍ରାମରେ ଏକ ଜମିରୁ ଗତ ଗୁରୁବାର ଦିନ ଏକ ସାଢେ ପାଞ୍ଚ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ବେଳେ ପୁଣି ଆଜି ଅର୍ଥାତ ଶନିବାର ମଧ୍ୟ ଏକ ଦୁଇ ଫୁଟ ଲମ୍ବର ଛୋଟ ଅଜଗର ସାପ କୁ ବନ ବିଭାଗ ଉଦ୍ଧାର କରିଛି । ଗ୍ରାମର ଡ଼ଙ୍ଗରପଡ଼ାର ଏକ ବ୍ୟକ୍ତିଙ୍କ ଘର ପାଖରେ  ସାପଟି ଥିବା ନେଇ ଦେଖିବାକୁ ପାଇ  ଗାଁ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଏନେଇ ଖବର ପାଇ ମଦନପୁର ବନପାଳ ସମ୍ପଦ କୁମାର, ମ. ରାମପୁର ବନାଞ୍ଚଳ ସହକାରୀ ବନ ସଂରକ୍ଷକ  ଅସିତ କୁମାର ଦାସ, ବନରକ୍ଷୀ ସତ୍ୟଭାମା ନାଗ, ସତ୍ୟମ ମାଝୀ, ପ୍ରତାପ ବାଗ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ  ସୁନାମୁଖୀ ସଂରକ୍ଷିତ ଜଙ୍ଗଲରେ ଛାଡି ଥିବା ମଦନପୁର ବନପାଳ ସମ୍ପଦ କୁମାର ପ୍ରକାଶ କରିଛନ୍ତି I ତେବେ ଏହି ଅଞ୍ଚଳରେ ଆହୁରି ସାପ ବାହାରିବାର ଆଶଙ୍କା କରି ଲୋକେ ଭୟଭୀତ ହେବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି ।