ଅଧିକାର ମାଗୁଛନ୍ତି ଆଦିବାସୀ : ଝରିଗାଁରେ ତିନି ବ୍ଲକର ଯୁଗ୍ମ ଅଭିଯୋଗ — ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ କଡ଼ା ଦାବି
ଝରିଗାଁ, ୧୭ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ଅଞ୍ଚଳ ଆଜି ଗଭୀର ଦାବିର ଆୱାଜରେ ଗଞ୍ଜିଉଠିଥିଲା । ଚନ୍ଦାହାଣ୍ଡି, ଉମରକୋଟ ଓ ଝରିଗାଁ — ଏହି ତିନି ବ୍ଲକର ଜନପ୍ରତିନିଧି, ସାଧାରଣ ଲୋକ ଓ ନିଜ ଅଧିକାର ପାଇଁ ଲଢୁଥିବା ଆଦିବାସୀମାନେ ଏକାଠି ହୋଇ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଯୁଗ୍ମ ଅଭିଯୋଗ ରଖିଥିଲେ।ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ ସହ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ଏହି ଜନଶୁଣାନି କାର୍ଯ୍ୟକ୍ରମରେ ମୁଖ୍ୟ ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା — ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର। ଓଡ଼ିଶା ଆଦିବାସୀ ଅଧିକାରି ମଞ୍ଚର ସମ୍ପାଦକ ଶ୍ରୀ ରାଜେଶ ଜାନୀ ଏହି ଅଭିଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦିର୍ଘ ୩୦-୪୦ ବର୍ଷ ଧରି ଯେଉଁ ଜମି ଉପରେ ଆଦିବାସୀ ଚାଷ କରୁଛନ୍ତି, ସେଥିରେ ଏବେ ବନ ବିଭାଗ ଅଧିକାରୀମାନେ ବାରମ୍ବାର ହସ୍ତକ୍ଷେପ କରୁଛନ୍ତି, ଓ ଚାଷ ସମୟରେ ତାଙ୍କୁ ହଇରାଣ କରୁଛନ୍ତି। ଶ୍ରୀ ଜାନୀ କହିଛନ୍ତି —"ଏହି ଜମି ଆମ ଜୀବନର ଆଧାର। ଏଠାରେ ଚାଷ କରି ବଞ୍ଚୁଛୁ, ଜୀବନ ଚାଲିଛି। କିନ୍ତୁ ବନ ବିଭାଗ ଅଧିକାରୀମାନେ ଆମକୁ ଅନ୍ୟାୟଭାବେ ହଇରାଣ କରୁଛନ୍ତି। ଆମେ ଆବେଦନ କରିଛୁ, କିନ୍ତୁ କୌଣସି ପଟା ମିଳୁନାହିଁ। ବର୍ଷା ଦିନ ଆସିଛି, ଚାଷ ହେବା ଉଚିତ। ଏମିତି ସମୟରେ ହଇରାଣ ହେବା ଆମ ପାଇଁ ଦୁଃଖଦ।" ତାଙ୍କ ଏହି ଦାବିରେ ଏକ ଅନ୍ତର୍ନିହିତ ରାଷ୍ଟ୍ରୀୟ ମାନବିକ ଅଧିକାର ପ୍ରଶ୍ନ ଉଠୁଛି — ଯେଉଁ ଜମି ଉପରେ ପିଢି ଧରି ଆଦିବାସୀମାନେ ଚାଷ କରୁଛନ୍ତି, ସେଉଁଠି ଅଧିକାର ଦେଖିବାକୁ ଏପରି ଅସ୍ଥିରତା କାହିଁକି? ଏହି ଯୁଗ୍ମ ଅଭିଯୋଗ ଏବେ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଗମ୍ଭୀର ଆହ୍ୱାନ ରୂପେ ଆସିଛି। ମାନବିକ ଭାବେ ଓ ନାଗରିକ ଅଧିକାର ଭିତିରେ ଦେଖିଵା ଉଚିତ ଏହି ଦାବିର ସଠିକ୍ ବିଚାର କେବେ ହେବ, ତାହା ପାଇଁ ଆଦିବାସୀ ଲୋକେ ଆଗ୍ରହର ସହିତ ଅପେକ୍ଷା କରୁଛନ୍ତି