Hot Posts

6/recent/ticker-posts

ବିକାଶ ବାହାନ୍ ଯାତ୍ରା ରେ ଉନ୍ନୟନ ର ଅଭିମୁଖେ ନନ୍ଦପୁରା

ଡାବୁଗାଁ, ୧୮ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଳକ ଅନ୍ତର୍ଗତ ନନ୍ଦପୁରା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗତକାଲି ଅନୁଷ୍ଠିତ ହୋଇଥିବା "ବିକାଶ ବାହାନ୍ ଯାତ୍ରା" କାର୍ଯ୍ୟକ୍ରମ ଏକ ଗଂଭୀର ସନ୍ଦେଶ ଓ ନିକଟ ଭବିଷ୍ୟତ ପାଇଁ ଦୃଢ଼ ପଦକ୍ଷେପ ରୂପେ ଦେଖାଦେଇଛି । ଏହି ଯାତ୍ରା ଗ୍ରାମର ସାଧାରଣ ଲୋକଙ୍କ ପାଖକୁ ଉନ୍ନୟନ ର ତଥ୍ୟ ଓ ସୁଯୋଗକୁ ନେଇଯିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଧନସିଂ ଭତ୍ରା, ସରପଞ୍ଚ ମହିନୀ ମାଝୀ, ସମିତି ସଦସ୍ୟ ରାଇଧର ବିନ୍ଧାଣୀ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରଦ୍ମନାଭ ଭଲ, ବ୍ଳକ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟା ନାରାୟଣ ରଥ, ବ୍ଳକ ସାମାଜିକ ଅଧିକାରୀ ଜତିନ ପାଳିଗ୍ରାହୀ, ଯୋଗାଣ ନିରିକ୍ଷକ ସିପ୍ରା ସାମଳ, ବିପିସିଆରଏଚ ଜଗେନ୍ଦ୍ର ମାଝୀ, ପଞ୍ଚାୟତ ନିର୍ବାହି ଅଧିକାରୀ ଦିବ୍ୟଶଙ୍କର ପୂଜାରୀ, ବାଜପା ମଣ୍ଡଳ ସଭାପତି ଜଗଦିଶ ଭତ୍ରା ସମେତ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗର ପ୍ରତିନିଧିମାନେ। ଏହି ବିକାଶ ଯାତ୍ରା ମାଧ୍ୟମରେ ଗ୍ରାମ ଅଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା, ଉନ୍ନୟନ କାମ ଓ ସେବା ଉପରେ ଆଧାରିତ LED ଡିସପ୍ଲେ ମାଧ୍ୟମରେ ସାଧାରଣ ଲୋକଙ୍କୁ ସୂଚନା ଦିଆଯାଇଥିଲା।