Hot Posts

6/recent/ticker-posts

କବିତା :କରୋନା ରୋଗ ବେଳେ

 

କବିତା :କରୋନା ରୋଗ ବେଳେ 


ଏକ ମିଟର ବ୍ୟବଧାନେ
ଅଭିନନ୍ଦନ କର ଜନେ (1)
ତିନି ଫୁଟର ଦୂର ଦେଖି
ଠିଆ ହୋଇବ ଗୋଡ଼ ରଖି (2)
କାଶ ସହିତ ହେଲେ ଛିଙ୍କ
କହୁଣୀରେ ମୁହଁକୁ ଢାଙ୍କ (3)
ନିଜ ପାଟିରେ ତୁଣ୍ଡି ବାନ୍ଧି
ଘୋଡାଇ ରଖ ମାସ୍କ୍ ପିନ୍ଧି (4)
ଭ୍ରମଣ ସାରି ଗୃହେ ଆସି
ହସ୍ତ ଧୁଅ ସାବୁନ ଘଷି (5)
ନାକ ନୟନ ପାଟି ବାଟେ
ଛୁଇଁବ ନାହିଁ ନିଜ ହାତେ (6)
ଡେଟଲ ସାନିଟାଇଜର
କରିବ ତାକୁ ବ୍ୟବହାର (7)
ବୁଢା ବୁଢୀଙ୍କୁ କର ଯତ୍ନ
ଦେହକୁ ରଖି ପରିଚ୍ଛନ୍ନ (8)
ସଫା ରଖ ଘର ଦୁଆର
ତାହା ସଙ୍ଗେ ଗାଆଁ ସହର (9)
କରୋନା ରୋଗ ଡେଇଁ ପାରେ
ସାମାଜିକରୁ ରହ ଦୂରେ (10)
ସମସ୍ତେ ନିଅ ପଦକ୍ଷେପ
ନ ପକାଇବା ପାଇଁ ଛେପ (11)
ଦେଶ ବାସୀ ହୋଇ ସଚେତ
କରୋନାକୁ କର ନିପାତ (12)


ଦଶରଥ ମାଝୀ
ଗାଁ:କୁରୁମାଚୁଆଁ
ପୋ:କୁଲିଆମାଲ
ବ୍ଲକ:ଭବାନୀପାଟଣା
ଜିଲ୍ଲା:କଳାହାଣ୍ଡି